ଭୁବନେଶ୍ୱର : ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧା ଓ ଭୁବନେଶ୍ୱର ଆଞ୍ଚଳିକ କ୍ଷେତ୍ରପ୍ରଚାର ସଂସ୍ଥା ସହ ମିଶି ଭୁବନେଶ୍ୱର ପିଆଇବି କ୍ୟାମ୍ପସରେ ‘ ବିଶ୍ୱ ସାଇକେଲ ଦିବସ – ୨୦୨୨’ ଅବସରରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନେହେରୁ ଯୁବ କେନ୍ଦ୍ର ଏହି ରାଜ୍ୟସ୍ତରୀୟ ମେଗା ସାଇକେଲ ଶୋଭାଯାତ୍ରା ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାଇନିକ୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କର୍ଣ୍ଣର ବାଲୁ ଭରତ ଏବଂ ଏନଏଚକେ, ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀମତୀ ରୀତା ଭଗତ, ରେଳବାଇ କଲୋନୀ ହାଇସ୍କୁଲର ଅଧ୍ୟକ୍ଷା ଗୋରଙ୍ଗ ମହାନ୍ତି, ସମ୍ମାନିତ ଅତିଥି ଭାବରେ ଏଥିରେ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମର ଖୋର୍ଦ୍ଧା ଜିଲ୍ଲା ଯୁବ ଅଧିକାରୀ ବିପିନ୍ କୁମାର ତଦାରଖ କରିଥିଲେ; ଆକାଉଣ୍ଟ୍ ଅଫିସର ଶ୍ରୀ ସୁଭେନ୍ଦ୍ରନାଥ ସାହୋ ଏବଂ ଶ୍ରୀ କୁଲାମାନି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଯୁବ ସଂଗଠନ ତଥା ଭୁବନେଶ୍ୱର ସାଇନିକ୍ ସ୍କୁଲର ପିଲାମାନେ ଅଂଶ ଗ୍ରହଣ କରିଥିଲେ। ୧୦୦ ରୁ ଅଧିକ ଅଂଶଗ୍ରହଣକାରୀ ସାଇକେଲରେ ଓମଫେଡ୍ ଛକରୁ ସାଇନିକ୍ ସ୍କୁଲ୍ ଛକ ପର୍ୟ୍ୟନ୍ତ ଯାଇ ସେଠାରୁ ପିଆଇବି କ୍ୟାମ୍ପସକୁ ଫେରିଥିଲେ। ସଫଳ ଅଂଶଗ୍ରହଣକାରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ସମସ୍ତ ଅତିଥିମାନେ ଶାରୀରିକ ଫିଟନେସର ମହତ୍ବ ଏବଂ ସାଇକେଲ ଚଲାଇବା ଏବଂ ପରିବେଶ ଉପରେ ଏହାର ପ୍ରଭାବ ସଂପର୍କରେ ଆଲୋଚନା କରିଥିଲେ।



