www.samajalive.in
Saturday, December 6, 2025
16.1 C
Bhubaneswar

ଯୁଦ୍ଧ ଘୋଷଣା କଲେ ପୁଟିନ୍‍

ନୂଆଦିଲ୍ଲୀ: ୟୁକ୍ରେନ୍‍ ବିରୋଧରେ ଯୁଦ୍ଧ ଘୋଷଣା କଲେ ରୁଷ ରାଷ୍ଟ୍ରପତି ପୁଟିନ୍‍ । ପୁଟିନ୍‍ ୟୁକ୍ରେନରେ ସାମରିକ ଅପରେସନ ଘୋଷଣା କରିଛନ୍ତି । ପୁଟିନ ୟୁକ୍ରେନ ସେନାକୁ ଅସ୍ତ୍ରଶସ୍ତ୍ର ରଖିବାକୁ କହିଛନ୍ତି । ପୁଟିନ ଗଣମାଧ୍ୟମ ଆଗରେ ଏହା ସ୍ପଷ୍ଟ କରିଥିବା ବେଳେ, ୟୁକ୍ରେନରୁ ଆସୁଥିବା ଧମକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି । ସେ ତାଙ୍କ ବିବୃତିରେ ଆହୁରି କହିଛନ୍ତି ସେଠାରେ ରହୁଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ସେ ଚାହୁଁଛନ୍ତି । ୟୁକ୍ରେନକୁ ଦଖଲ କରିବା ତାଙ୍କର କୌଣସି ଉଦ୍ଦେଶ୍ୟ ନୁହେଁ । ରକ୍ତପାତ ହେବା ନହେବା ଉପରେ ୟୁକ୍ରେନ୍‍ ବିଚାର କରୁ ।

ଏହା ଛଡ଼ା ମଧ୍ୟ ପୁଟିନ ଅନ୍ୟ ଦେଶମାନଙ୍କୁ ଚେତାବନୀ ଦେଇଛନ୍ତି । ସେ ସିଧାସଳଖ ନକହି କହିଛନ୍ତି ରୁଷର କାର୍ଯ୍ୟରେ କେହି ହସ୍ତକ୍ଷେପ ନକରନ୍ତୁ । ଆମେରିକା ଓ କିଛି ଦେଶ ବିରୋଧରେ ଅଭିଯୋଗ ଆଣିଛନ୍ତି ପୁଟିନ । ଋଷର ରାଷ୍ଟ୍ରପତି କହିଛନ୍ତି ରୁଷର ସାମରିକ ଅପରେସନ ୟୁକ୍ରେନର ବିମୁଦ୍ରୀକରଣକୁ ସୁନିଶ୍ଚିତ କରିବା ପାଇଁ ଉଦ୍ଦିଷ୍ଟ । ପୁଟିନଙ୍କ ଏହି ଘୋଷଣା ଉପରେ ଏପର୍ୟ୍ୟନ୍ତ ଆମେରିକା କୌଣସି ବିବୃତି ରଖିନାହିଁ ।

- Advertisement -

ଏଥିସହିତ ୟୁକ୍ରେନ ବନ୍ଦର ସହର ମାରିୟୁପୋଲ ନିକଟରେ ବିସ୍ଫୋରଣ ହୋଇଛି । ଏହି ସହର ଋଷର ସୀମା ଠାରୁ ମାତ୍ର ୩୦ ମାଇଲ ଦୂରରେ ରହିଛି । ବିସ୍ଫୋରଣର ଶବ୍ଦ ଶୁଣି ଲୋକମାନେ ଭୟଭୀତ ରହିଛନ୍ତି । ସହରରୁ ବହୁ ମାତ୍ରାରେ ଧୂଆଁ ବାହାରୁ ଥିବା ଭିଡିଓ ମଧ୍ୟ ଭାଇରାଲ ହେଉଛି ।  ମିଡିଆ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନର କିଭ୍‍ ଏବଂ ଖାର୍କିଭ ସମେତ ଅନେକ ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories