www.samajalive.in
Monday, December 8, 2025
27.1 C
Bhubaneswar

ୟୁକ୍ରେନର ରାଜଧାନୀ କିଭ୍‌ରୁ ପଛକୁ ହଟିଲେ ରୁଷ୍‌ ସେନା, ହେଲେ ଲ୍ୟାଣ୍ଡ ମାଇନ୍‌ ଏବଂ ଅନ୍ୟ ଗୋଳାବାରୁଦର ଭୟ ରହିଥିବା କଥା କହିଲେ ୟୁକ୍ରେନ୍‌ ରାଷ୍ଟ୍ରପତି

କିଭ୍‌ – ୟୁକ୍ରେନ୍‌ର ରାଜଧାନୀ କିଭ୍‌ ନିକଟରୁ ରୁଷ୍‌ ସୈନ୍ୟ ପଛକୁ ହଟିଥିବା କଥା ୟୁକ୍ରେନ୍‌ କହିଛି । ରୁଷ୍‌ ତାହାର ସେନା ବାହିନୀକୁ ପଛକୁ ହଟାଇଥିବା ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି । ରୁଷ୍‌ର ସୈନ୍ୟମାନେ ସେଠାରୁ ହଟିବା ପରେ   ଲ୍ୟାଣ୍ଡମାଇନ୍‌ ସହଅନ୍ୟ ଅଫୁଟା ଗୋଳାବାରୁଦ ତଥା ବିସ୍ଫୋରକର ଭୟ ରହିଛି ବୋଲି ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି ।

ରୁଷ୍‌ର ସୈନ୍ୟ ପଛକୁ ହଟିଥିଲେ ମଧ୍ୟ ସେଠାରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟ ହୋଇଥିବା କଥା କୁହାଯାଇଛି । ଏବେ ୟୁକ୍ରେନ୍‌ର ପୂର୍ବ ଅଞ୍ଚଳ ଉପରେ ରୁଷ୍‌ ଆକ୍ରମଣ ଜାରି ରଖିଛି। ଏଠାରେ ରୁଷୀୟ ଭାଷା ଭାଷୀ ଅଧିକ ରହୁଛନ୍ତି । ସେମାନେ ରୁଷ୍‌ର ସମର୍ଥନରେ ଦୀର୍ଘଦିନ ଧରି ୟୁକ୍ରେନ୍‌ ସରକାରଙ୍କ ସହ ଛାୟା ଯୁଦ୍ଧ କରି ଆସୁଥିଲେ।

- Advertisement -

ୟୁକ୍ରେନ୍‌ ଛାଡି ଚାଲିଯାଇଥିବା ପ୍ରାୟ ୪୦ ଲକ୍ଷ ନାଗରିକ ଖୁବଶୀଘ୍ର ଦେଶକୁ ଫେରି ଆସିବେ ବୋଲି ୟୁକ୍ରେନ ସରକାର ଆଶାବାଦୀ ଅଛନ୍ତି । ୟୁକ୍ରେନର ମାରିୟୁପୋଲ୍‌ରେ ଏବେ ବି ଯୁଦ୍ଧ ଲାଗି ରହିଛି । ସେଠାରେ ଏକ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି । ସେଠାରେ ଖାଦ୍ୟ. ସହ ପିଇବା ପାଣି ଏବଂ ଔଷଧର ଅଭାବ ଦେଖା ଦେଇଥିବା କଥା ବିଭିନ୍ନ ସମାଜସେବୀ ସଂଗଠନ ପ୍ରକାଶକରିଛନ୍ତି । ମାରିଆପୁଲ୍‌ରେ ପ୍ରାୟ ଏକ ମାସ ଧରି ଯୁଦ୍ଧ ଚାଲିଛି । ଏହି ସହରକୁ ଦଖଲ କରିବା ପରେ ରୁଷ୍‌ ଏବଂ କ୍ରିମିଆମଧ୍ୟରେ ଯୋଗାଯୋଗ ସହଜ ହୋଇଯିବ ।

ମାରିଆପୁଲ୍‌ରୁ ସାଧାରଣଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ରୁଷ୍‌ ରାଜି ହୋଇଥିବା କଥା ଜେଲେନ୍‌ସ୍କିଙ୍କର ଜଣେ ପରାମର୍ଶଦାତା କହିଛନ୍ତି । ରୁଷ୍‌ର ବେଲଗୋରୋଡ ସହରରେ ଥିବା ଏକ ତୈଳ ଭଣ୍ଡାର ଉପରେ ହେଲିକପ୍ଟରେ ଗୋଳା ବର୍ଷଣ କରାଯାଇଛି । ୟୁକ୍ରେନ ସୀମାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା ଅଏଲ୍‌ ଡିପୋ ଉପରେ ଏହି ଆକ୍ରମଣ କରାଯାଇଛି । ୟୁକ୍ରେନ ଏହି ଆକ୍ରମଣ କରିଥିବା ରୁଷ୍‌ କହିଥିବା ବେଳେ ୟୁକ୍ରେନ ସରକାର ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଏହା ରୁଷ୍‌ ସୀମାରେ ପ୍ରବେଶ କରି ୟୁକ୍ରେନ୍‌ ପକ୍ଷରୁ ପ୍ରଥମ ଆକ୍ରମଣ ବୋଲି କୁହାଯାଉଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories