www.samajalive.in
Wednesday, November 19, 2025
18.1 C
Bhubaneswar

ସାନ ଭାଇ କାନ୍ଧରେ ଦିବ୍ୟାଙ୍ଗ ବଡଭାଇର ଦାୟିତ୍ବ, ସାତ ସପନ ପାଲଟିଛି ଆବାସ

ରେଙ୍ଗାଲି : ସ୍ରଷ୍ଟାଙ୍କ ସୃଷ୍ଟିରେ କିଏ ଜୀବନ ସାରା ମହାସୁଖରେ ଜୀବନ ଅତିବାହିତ କରୁଥିବାବେଳେ କିଏ ଆଜନ୍ମ ଦୁଃଖୀ ହୋଇ ଦୁର୍ବିସହ ଜୀବନ ବଞ୍ଚି ଜୀବନ ସାରା ଦହଗଞ୍ଜ ହେଉଛି। ଏଭଲି ଜୀବନ ଜିଉଁ ଥିବା ବ୍ୟକ୍ତି ହେଉଛନ୍ତି ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅନ୍ତର୍ଗତ ଲଇଡା ଗ୍ରାମର ରୂପେଶ କରାଲି (୪୫) ନାମକ ଜନୈକ ଶତ ପ୍ରତିଶତ ଦିବ୍ୟାଙ୍ଗ ଯୁବକ। ବାପା ୮ ବର୍ଷ ହେଲା ଆରପାରିକୁ ଚାଲି ଯାଇଥିବାବେଳେ ବର୍ଷେ ହେଲା ମାଆ ରୂପେଶକୁ ଏକାକୀ ଛାଡି ଆରପାରିକୁ ଚାଲିଗଲେ। ବାପାମାଆ ଛେଉଣ୍ଡ ଦିବ୍ୟାଙ୍ଗ ରୂପେଶ  ବଞ୍ଚିବା ପାଇଁ ଏବେ ସମ୍ପୂର୍ଣ୍ଣ ଭାବରେ ସାନଭାଇ ରିଣ୍ଟୁ କରାଲି ଉପରେ ନିର୍ଭରଶୀଳ।  ଜମିବାଡି ବୋଲି କିଛି ନାହିଁ। ସରକାରୀ ସହାୟତା କହିଲେ ଦିବ୍ୟାଙ୍ଗ କୋଟାରେ ଏକ ଟ୍ରାଇ ସାଇକେଲ, ମାସକୁ ୧୪ଶହ ଟଙ୍କା ଭତ୍ତା ଏବଂ ୫କେଜି ଚାଉଳ ମିଳୁଛି।

ସରକାର ୮୦ %ରୁ ଅଧିକ ଦିବ୍ୟାଙ୍ଗଙ୍କୁ ୩୫ଶହ ଟଙ୍କା ଭତ୍ତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ହେଁ ୧୦୦% ଭିନ୍ନକ୍ଷମ ରୂପେଶ ମାତ୍ର ୧୪ଶହ ଟଙ୍କା ଭତ୍ତା ପାଉଛନ୍ତି। ଗରିବ ପରିବାରକୁ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯାଉଛି। କିନ୍ତୁ ବିଡମ୍ବନାର ବିଷୟ ଯେ ଭୂମିହୀନ ଗରିବ ତଥା ଶତପ୍ରତିଶତ ଭିନ୍ନକ୍ଷମ ରୂପେଶ ତାଙ୍କ ସାନଭାଇ ସହିତ ଏକ ଭଙ୍ଗା ଦଦରା ଜରାଜୀର୍ଣ୍ଣ ବାସଗୃହରେ ରହୁ ଥିଲେ ମଧ୍ୟ ତାଙ୍କ ପାଇଁ ଆବାସ ଯୋଜନା ସାତ ସପନ ପାଲଟିଛି। ଆବାସ ଯୋଜନାରେ  ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର କୋଟା ରହିଥିବା ସତ୍ତ୍ବେ ରୂପେଶ ଆବାସ ଯୋଜନାରୁ ବଞ୍ଚିତ ହେବା ପରିତାପର ବିଷୟ। ରୂପେଶକୁ ଆବାସ ଯୋଜନାରେ ବାସଗୃହ ଏବଂ ମାସକୁ ୩୫ଶହ ଟଙ୍କା ଭତ୍ତା ଆଉ କେବେ ମିଳିବ ବୋଲି ପ୍ରଶ୍ନ ହେଉଛି। ଜିଲ୍ଲାପାଳ ଓ ନିର୍ବାଚିତ ଜନ ପ୍ରତିନିଧି ଏଥିପ୍ରତି ଦୃଷ୍ଟିଦେଇ ଆଶୁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।

- Advertisement -

କଥା କହି ପାରୁ ନଥିବା ରୂପେଶର ଜନ୍ମରୁ ହାତ ଗୋଡ ଅଚଳ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ୧୦୦% ଦିବ୍ୟାଙ୍ଗର ପ୍ରମାଣ ପତ୍ର ମିଳିଛି। ସ୍ନାନ ଶୌଚ ଠାରୁ ଆରମ୍ଭ କରି ଖାଦ୍ୟପେୟ ଶୋଇବା ଉଠିବା ଆଦି ଦୈନନ୍ଦିନ କାର୍ଯ୍ୟ ପାଇଁ ରୂପେଶ ଅକ୍ଷମ ଥିବାରୁ ସାନଭାଇ ରିଣ୍ଟୁ ଛାଇ ଭଳି ସର୍ବଦା ରୂପେଶର ପାଖରେ ରହି ସେବା ଯତ୍ନ କରି ଭ୍ରାତୃତ୍ବ ସ୍ନେହ ସେବା ଓ ତ୍ୟାଗର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡଭାଇର ସେବା ଯତ୍ନ ପାଇଁ ସେ ବିବାହ କରିନାହାନ୍ତି।

Hot this week

ଦକ୍ଷିଣ ଲେବାନନରେ ଇସ୍ରାଏଲର ବିମାନ ଆକ୍ରମଣ: ୧୧ହମାସ ଆତଙ୍କବାଦୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ପୁଣି ଥରେ ପାଲେଷ୍ଟାଇନବାସୀଙ୍କ ଉପରେ ଆକ୍ରମଣ...

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

Related Articles

Popular Categories