www.samajalive.in
Monday, December 8, 2025
24.1 C
Bhubaneswar

ବାହୁଡା ଯାତ୍ରା ନିମନ୍ତେ ପୁରୀ ସହରରେ ୧୪୪ ଧାରା ସହିତ ବ୍ୟାପକ କଟକଣା

ପୁରୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାହୁଡା ଯାତ୍ରା ନିମନ୍ତେ ଆସନ୍ତା ୧୯ ତାରିଖ ସନ୍ଧ୍ୟା ୮ ଘଟିକା ଠାରୁ ୨୧ ତାରିଖ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୁରୀ ସହରରେ ୧୪୪ ଧାରା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ବଡଦାଣ୍ତ, ବଡଦାଣ୍ତରେ ଥିବା ସମସ୍ତ କୋଠା ଘରର ଛାତ ଓ ବାଲକୋନୀରେ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ବଡଦାଣ୍ଡରେ ଥିବା ସମସ୍ତ ହୋଟେଲ, ଲଜିଂ, ଧର୍ମଶାଳା, ଗେଷ୍ଟ ହାଉସକୁ ଆସନ୍ତା ୧୮ ତାରିଖ ସୁଦ୍ଧା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସଂପୃକ୍ତ ସଂସ୍ଥା ମାଲିକ ଲିଖିତ ଭାବେ ସ୍ଥାନୀୟ ପୋଲିସକୁ ଅବଗତ କରାଇବେ। ବଡଦାଣ୍ଡରେ ଥିବା ଘରଗୁଡିକରେ ରହୁଥିବା ବାସିନ୍ଦା ମାନଙ୍କ ସଂପର୍କରେ ପୌରସଂସ୍ଥା ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଉଛି। କର୍ଫୁ ସମୟରେ ବିନା କାରଣରେ ତାଲିକାଭୁକ୍ତ ନଥିବା ବ୍ୟକ୍ତି ସେହି ସ୍ଥାନରେ ରହୁଥିବା ଜଣା ପଡିଲେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ। ଏହି ସମୟ ମଧ୍ୟରେ ବଡଦାଣ୍ଡରେ ଥିବା ସମସ୍ତ ଦୋକାନ ଓ ବଜାର, ଔଷଧ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିବ। ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଛି । କୌଣସି ଯାତ୍ରୀବାହୀ ବସ ଓ ଟ୍ରେନ ଜିଲ୍ଲା ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । କେବଳ ସ୍ବୀକୃତିପ୍ରାପ୍ତ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ବହନ କରୁଥିବା ଗାଡିକୁ ଛାଡିଦେଲେ ଅନ୍ୟଗାଡି ଗୁଡିକ ଯିବା ଆସିବା ଉପରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ। ସହରର ବଡଦାଣ୍ଡ ବ୍ୟତୀତ ଅନ୍ୟ ସ୍ଥାନରେ କେବଳ ଔଷଧ, ଡାକ୍ତରୀ ଉପକରଣ ଓ ଚଷମା ଦୋକାନ ଖୋଲାରହିବ। ମାତ୍ର ହୋଟେଲ ଓ ରେସ୍ତରାଁ ଗୁଡିକ ଦ୍ବାରା ହୋମ ଡେଲିଭରି ହୋଇପାରିବ। ବାହାର ଜିଲ୍ଲାର ବ୍ୟକ୍ତି ଜିଲ୍ଲା ମଧ୍ୟକୁ ପ୍ରବେଶ ନକରିବା ପାଇଁ ଜିଲ୍ଲା ମଧ୍ୟକୁ ଥିବା ସମସ୍ତ ୮ଟି ପ୍ରବେଶ ପଥ ଓ ସହର ବାହାର ବ୍ୟକ୍ତିଙ୍କୁ ପୁରୀ ସହର ପ୍ରବେଶ ବାରଣ ନିମନ୍ତେ ସହର ମଧ୍ୟକୁ ଥିବା ୩ଟି ପ୍ରବେଶ ପଥକୁ ଏହି ସମୟ ମଧ୍ୟରେ ସିଲ କରାଯିବ। କେବଳ ବିଦ୍ୟୁତ ଓ ଜଳ ଯୋଗାଣ, ଟେଲିକମ, ପୋଲିସ ଓ ସୁରକ୍ଷା ପ୍ରଦାନ ସଂକ୍ରାନ୍ତୀୟ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏଥିନିମନ୍ତେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories