www.samajalive.in
Monday, December 15, 2025
16.1 C
Bhubaneswar

ଦେଶର ସବୁଠାରୁ ଧନୀ ମହିଳା ରୋଶନି ନାଦର ହେଲେ ଏଚସିଏଲର ଚେୟାରମ୍ୟାନ୍

ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ମହିଳା ରୋଶନି ନାଦର ଏଚସିଏଲ (HCL)କମ୍ପାନୀର ଚେୟାରମ୍ୟାନ୍ ହୋଇଛନ୍ତି। ଏନେଇ କମ୍ପାନୀ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି। କମ୍ପାନୀର ପୂର୍ବତନ ଚେୟାରମ୍ୟାନ୍ ଶିବ ନାଦର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିବା ପରେ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ବୋର୍ଡ ଅଫ୍ ଡାଇରେକ୍ଟର୍ସ ପକ୍ଷରୁ କୁହାଯାଇଛି ଯେ, ଏଚସିଏଲ ଟେକ୍ନୋଲୋଜି କମ୍ପାନୀର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୋଶନି ନାଦର ମାଲହୋତ୍ରାଙ୍କୁ ନିର୍ଦ୍ଦେଶକ ବୋର୍ଡର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି। ସେ ଶିବ ନାଡାରଙ୍କ ସ୍ଥାନ ନେବେ।

ଆମେରିକାରୁ ବ୍ୟବସାୟ ପ୍ରଶାସକ ଡିଗ୍ରୀ ହାସଲ କରିଥିବା ରୋଶନି ନାଦର ମଲହୋତ୍ରା, ମାତ୍ର ୨୮ ବର୍ଷ ବୟସରେ ଏଚସିଏଲ କମ୍ପାନୀର ସିଇଓ ଭାବରେ କାର୍ଯ୍ୟ କରିଛନ୍ତି। ଏହା ସହିତ ସେ ଏଚସିଏଲ ଟେକ୍ନୋଲୋଜି ବୋର୍ଡର ଉପାଧ୍ୟକ୍ଷ ତଥା ଶିବ ନାଦର ଫାଉଣ୍ଡେସନର ଟ୍ରଷ୍ଟି ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୧୭ ରୁ ୨୦୧୯ ମଧ୍ୟରେ ଫୋର୍ବସ୍ ପତ୍ରିକାରେ ପ୍ରକାଶ ପାଇଥିବା ବିଶ୍ବର ୧୦୦ ଜଣ ଶକ୍ତିଶାଳୀ ମହିଳା ତାଲିକାରେ ରୋଶନି ନାଦରଙ୍କ ନାମ ଥିଲା। ୨୦୧୯ ରେ ସେ ଏହି ତାଲିକାରେ ୫୪ ନମ୍ବରରେ ଥିଲେ। ସେହି ମସିହାରେ ସେ ଦେଶର ସବୁଠାରୁ ଧନୀ ମହିଳା ଥିଲେ। ଆଇଆଇଏଫଏଲ୍ ଧନ ହୁରୁନ୍ ଇଣ୍ଡିଆ ଅନୁଯାୟୀ ତାଙ୍କର ମୋଟ୍ ସମ୍ପତ୍ତିର ମୂଲ୍ୟ ୩୧,୪୦୦ କୋଟି ଟଙ୍କା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories