www.samajalive.in
Sunday, December 7, 2025
18.1 C
Bhubaneswar

ସୁପ୍ରିମ କୋର୍ଟରେ ଖାରଜ ହେଲା ଆବେଦନ: ପ୍ରତ୍ୟାର୍ପିତ ହେଲେ ୭ ମିଆଁମାର ନାଗରିକ

ନୂଆଦିଲ୍ଲୀ: ବେଆଇନ ଭାବେ ବସବାସ କରୁଥିବା ରୋହିଙ୍ଗ୍ୟା(ମିଆଁମାର ନାଗରିକ)ଙ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭାରତ ସରକାର। ଗୁରୁବାର ୭ ରୋହିଙ୍ଗ୍ୟାଙ୍କୁ ପ୍ରତ୍ୟାବର୍ତ୍ତନ କରାଯାଉଛି। ଏହି ପ୍ରକ୍ରିୟାକୁ ସୁପ୍ରିମ କୋର୍ଟରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଚ୍ୟାଲେଞ୍ଜ କରି ମାମଲା ରୁଜୁ କରିଥିଲେ। ତେବେ ଏହି ମାମଲାକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବିଗତ ଦିନରେ ଭାରତୀୟ ରାଜନୀତି ବେଶ୍‍ ଚଳଚଞ୍ଚଳ ହୋଇ ପଡ଼ିଥିଲା। ଏଭଳି ବିବାଦ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ସରକାର ଶରଣାର୍ଥୀଙ୍କୁ ମିଆଁମାର ପଠାଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭ଜଣଙ୍କୁ ମିଆଁମାର ପଠାଯାଉଛି।
ସୁପ୍ରିମ କୋର୍ଟରେ ଏହି ମାମଲା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଦ୍ୱାରା କରାଯାଇ ଥିଲା। ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଉଥିବା ଏହି ବ୍ୟକ୍ତିମାନେ ମିଆଁମାର ନାଗରିକ ବୋଲି ସତ୍ୟପାଠ କରିବା ସହ ମିଆଁମାର ସରକାର ମଧ୍ୟ ଏହା ସ୍ୱୀକାର କରିଛି ବୋଲି ପ୍ରକାଶ କରଥିଲେ। ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଆବେଦନକୁ ଖାରଜ କରିଦେଇ ଥିଲେ।
ସକାଳ ୭ଟା୩୦ମି ସମୟରେ ୭ଜଣ ରୋହିଙ୍ଗ୍ୟାଙ୍କୁ ଇମ୍ଫାଲରୁ ମଣିପୁରର ମୋରେହ ସହରକୁ ଅଣାଯାଇ ଥିଲା। ସମସ୍ତେ ସୀମାରେ ପହଞ୍ଚିବା ପରେ ସେମାନଙ୍କୁ ମିଆଁମାର ଇମିଗ୍ରେସନ କାର୍ଯ୍ୟାଳୟକୁ ପଠାଇ ଦିଆଯିବ। ସେଠାରେ ନାଗରିକଙ୍କ ଦସ୍ତାବିଜର ତଦନ୍ତ କରିବେ ମିଆଁମାର କର୍ତ୍ତୃପକ୍ଷ। ପ୍ରତ୍ୟାବର୍ତ୍ତନ କରାଯାଉ ଥିବା ୭ଜଣ ମିଆଁମାର ନାଗରିକଙ୍କୁ ୨୯ଜୁଲାଇ ୨୦୧୨ରେ ବେଆଇନଭାବେ ଭାରତରେ ରହୁଥିବା ଅଭିଯୋଗରେ ଗିରଫ କରାଯାଇ ଥିଲା। ଏହି ମିଆଁମାର ନାଗରିକ ବାଂଲାଦେଶ ସୀମା ଦେଇ ଭାରତରେ ପ୍ରବେଶ କରିଥିବା ପ୍ରମାଣିତ ହୋଇଥିଲା।
ନିକଟରେ ଭାରତ ପକ୍ଷରୁ ଜାତିସଂଘରେ ୧୪ହଜାର ରୋହିଙ୍ଗ୍ୟା ଭାରତରେ ବେଆଇନ ଭାବେ ବସବାସ କରୁଥିବା ଘୋଷଣା କରିଥିଲେ। ଅପରପକ୍ଷରେ ଏହି ବିଦେଶୀଙ୍କୁ ସହଯୋଗ ପ୍ରଦାନ କରୁଥିବା ଏଜେନ୍ସି ଭାରତରେ ୪୦ହଜାରରୁ ଊର୍ଦ୍ଧ୍ବ ରୋହିଙ୍ଗ୍ୟା ବସବାସ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories