www.samajalive.in
Wednesday, December 10, 2025
26.1 C
Bhubaneswar

ଟ୍ରାକ୍ଟର ଓଲଟି ଜଣେ ମୃତ, ୨ ଗୁରୁତର

କଲମପୁର : କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଚେପଟାଘାଟ ଗାଁ ନିକଟସ୍ତ ଏକ ପୋଲ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିବାରୁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଦୁଇ ଜଣଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ତେନ୍ତୁଳିପଦର ଗାଁର କୌଣସି ଏକ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସେଥିରେ ବ୍ୟବହାର ହେଇଥିବା ସେଂଟ୍ରିଙ୍ଗ ପ୍ଲେଟ ଫେରସ୍ତ କରିବା ପାଇଁ ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଶ୍ରମିକ ଶନିବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟରରେ ଚେପଟାଘାଟ ଯାଉଥିବା ବେଳେ ଟେପଟାଘାଟ ନିକଟସ୍ତ ଏକ ପୋଲ ନିକଟରେ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବା ଦ୍ୱାରା ଗାଡିଟି ଓଲଟି ପଡିଥିଲା। ଯାହା ଫଳରେ ଗାଡିରେ ଥିବା ତେନ୍ତୁଳିପଦର ଗ୍ରାମର ଘାସିରାମ ନାଏକଙ୍କ ୩୫ ବର୍ଷିୟ ପୁଅ ଶୁରେସନର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ଜଣେ ଖଗପତି ନାଏକ ଓ ଡ୍ରାଇଭର ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନବରଙ୍ଗପୁର ସ୍ଥାନାନ୍ତରିତ କରାଯାଇଛି। ଥୁଆମୁଳ ରାମପୁର ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଘଟଣାସ୍ଥଳରେ ନିୟୋଜିତ ହୋଇଥିଲେ ମଧ୍ୟ ଘଟଣାସ୍ଥଳଟି ଏକ ଅଗମ୍ୟ ଅଞ୍ଚଳ ହୋଇଥିବାରୁ ସବିଶେଷ ତଥ୍ୟ ମିଳି ପାରି ନାହିଁ। ଦୁର୍ଘଟଣାଗ୍ରସ୍ଥ ଟ୍ରାକ୍ଟରଟି ରାୟଗଡା ଜିଲା କାଶିପୁର ଅଞ୍ଚଳର ବୋଲି ସୂଚନା ମିଳିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories