କେନ୍ଦୁଝର : କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଉର୍ତ୍ତି ଗ୍ରାମ ନିକଟରେ ଏକ ଘରୋଇ ବସ୍ ଧକ୍କାରେ ଦୁଇ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ୩ଜଣ ଯୁବକ ଗୋଟିଏ ବାଇକରେ ଯାଉଥିବାବେଳେ ଉର୍ତ୍ତି ଗ୍ରାମ ପାଖରେ ଘରୋଇ ବସଟି ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଜଣେ ଗୁରୁତର ହୋଇଥିଲେ। ଗୁରୁତର ଯୁବକଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Popular Categories



