www.samajalive.in
Monday, December 8, 2025
20.1 C
Bhubaneswar

ଗୋବିନ୍ଦପୁରରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ

ମୋହନା :  ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ଶତାଧିକ ମହିଳା ମଦ ବିକ୍ରି ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଦିନକୁ ଦିନ ଗୋବିନ୍ଦପୁର ପଞ୍ଚାୟତ ସମେତ ବିଭିନ୍ନ ଗ୍ରାମରେ ମଦ ବିକ୍ରୀ ବଢିବାରେ ଲାଗିଛି। ପୁରୁଷମାନେ ଟଙ୍କା ଧାର କରଜ କରି ଓ ଟଙ୍କି କିଆ ଚାଉଳ ଦୋକନାରେ ବିକ୍ରି କରି ସେହି ପଇସାରେ ମଦ ପିଇ ମାତାଲ ହୋଇ ଘରକୁ ଆସି ସ୍ତ୍ରୀ ଓ ଭଉଣୀଙ୍କୁ ଗାଳି ଗୁଲଜ କରିବା ସହ ଆସାମାଜିକ କାମରେ ଲିପ୍ତ ରହୁଛନ୍ତି। ପ୍ରଶାସନକୁ ଏ ସମ୍ପର୍କରେ ବାରମ୍ବାର ଅବଗତ କରାଗଲେ ମଧ୍ୟ ସୁଫଳ ମିଳୁନଥିବା ମହିଳା ସଂଘ ଅଭିଯୋଗ କରିଛନ୍ତି। ଏହି ପ୍ରେକ୍ଷୀରେ ପଞ୍ଚାୟତରେ ମହିଳା ସଂଘ ପକ୍ଷରୁ ଏକ ବୈଠକ କରି ଗ୍ରାମରେ ମଦ ବିକ୍ରି ବନ୍ଦ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନିଷ୍ପତି ନେବା ସହ ଚେତାବନୀ ଦେଇଛନ୍ତି। ମଦ ଯୋଗୁଁ ଗ୍ରାମରେ ଅଶାନ୍ତକର ପରିବେଶ ସୃଷ୍ଟି ହେଉଛି। ଏଣୁ ପଂଚାୟତର ସମସ୍ତ ଗ୍ରାମରେ ମଦ ବନ୍ଦ କରିବାକୁ ସଂଘ ପକ୍ଷରୁ ଦାବି ହୋଇଛି। ମଦ ବନ୍ଦ ନହେଲେ ପରିଣାମ ଭୟଙ୍କର ହେବ ବୋଲି ମହିଳା ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ମଦ ମୁକ୍ତ ଅଭିଯାନରେ ଗୋବିନ୍ଦପୁର ସରପଂଚ ଲାବଣ୍ୟ ମଳିକ, ସମିତି ସଭ୍ୟ ବାଳକୃଷ୍ଣ ପ୍ରଧାନ, ୱାର୍ଡ ମେମ୍ବର କିଶୋର ଚନ୍ଦ୍ର ନାୟକ, ମେନକା ବିଷୋୟୀ, ସନ୍ତୋଷ ନାୟକ, ନିରଞ୍ଜନ ନାୟକ, ଗ୍ରାମ୍ୟ କମିଟି ସଭାପତି ଅରୁଣନିଧି ବେହେରା, ସମ୍ପାଦକ ଏସ.ସୋମନାଥ ଦୋରା, ମହେଶ୍ୱର ପାତ୍ର, କୁମାରୀ ଦୋରା, ସୁରବାଳା ନାୟକଙ୍କ ସମେତ ୨୨ରୁ ଉର୍ଦ୍ଧ ମହିଳା ସଂଘର ଶତାଧିକ ମହିଳା ଓ ପୁରୁଷମାନେ ଏହି ଆନ୍ଦୋଳନରେ ସାମିଲ ଥିଲେ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories