www.samajalive.in
Saturday, December 6, 2025
26.1 C
Bhubaneswar

ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମି ପୂଜା

ରାଉରକେଲା : ରାଉରକେଲାର ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣ ହେବାକୁ ଯାଉଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଭୂମିପୂଜା ଆଜି ଅନୁଷ୍ଠିତ ହୋଇଛି। ଫଳରେ ସୁନ୍ଦରଗଡ଼ ଜିଲା ଏବଂ ଓଡ଼ିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ଆଣିବାକୁ ଯାଉଥିବା ଏହି ଐତିହାସିକ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାମ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି।

ଏହି ଭୂମିପୂଜା କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରାଉରକେଲା ଅତିରିକ୍ତ ଜିଲାପାଳ ଆବୋଲି ସୁନିଲ ନରୱଣେ ଏବଂ ଇଡକୋ ରାଉରକେଲା ଡିଭିଜନ ମୁଖ୍ୟ ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଖେଳାଯିବାକୁ ଥିବାରୁ ଏହି ଷ୍ଟାଡିୟମକୁ ରେକର୍ଡ ସମୟ ଭିତରେ ନିର୍ମାଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

- Advertisement -

ଗତ ଫେବ୍ରୁଆରି ମାସରେ ରାଉରକେଲାଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଏହି ଷ୍ଟାଡିୟମର ଶିଳାନ୍ୟାସ କରି ଏହାକୁ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କରିଥିଲେ। ଏଠାରେ ଅନ୍ତର୍ଜାତୀୟ ହକି ଫେଡେରେସନ ମାନର ଆଷ୍ଟ୍ରୋଟର୍ଫ ପଡ଼ିଆ ହେବ। ଏକାସାଙ୍ଗେ ପ୍ରାୟ ୨୦ ହଜାର ଦର୍ଶକ ଷ୍ଟାଡିୟମରେ ବସି ଖେଳ ଉପଭୋଗ କରିପାରିବେ। ଏହା ସହିତ ଅଭ୍ୟାସ ପଡ଼ିଆ, ଅତ୍ୟାଧୁନିକ ଫିଟନେସ୍ ସେଣ୍ଟର, ଅତ୍ୟାଧୁନିକ ସ୍ପୋର୍ଟସ୍ ଲାଇଟ୍ ଏବଂ ପାର୍କିଂ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ।

୨୦୧୮ରେ ପୁରୁଷ ହକି ବିଶ୍ୱକପର ଆୟୋଜକ ହୋଇ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ସୃଷ୍ଟି କରିଥିଲା। ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲାଗି ଦୂରଦୃଷ୍ଟିର ଏକ ଦୃଢ଼ ପରିପ୍ରକାଶ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସଫଳତାର ସହ ଏହି ବିଶ୍ୱକପ ଆୟୋଜିତ ହୋଇଥିଲା। ପୁଣି ୨୦୨୩ରେ ପୁରୁଷ ହକି ବିଶ୍ୱକପର ଆୟୋଜକ ହୋଇଛି ଓଡ଼ିଶା। ଏଥର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାରେ ନିର୍ମାଣ ଆରମ୍ଭ ହୋଇଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏହାର ମ୍ୟାଚ୍ ଖେଳାଯିବ।

ସୁନ୍ଦରଗଡ଼ ହକିର ଅନ୍ତୁଡ଼ିଶାଳ ଭାବେ ପରିଚିତ। ଏହି ଜିଲା ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କୁ ପ୍ରସ୍ତୁତ କରିଛି। ସୁନ୍ଦରଗଡ଼ର ଆତ୍ମା ଭାବେ ପରିଚିତ ହକିର ପ୍ରସାର ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଉଛନ୍ତି। ଜିଲାର ଗ୍ରାମାଞ୍ଚଳରେ ହକିର ବିକାଶ ସହ ନୂଆ ପିଢ଼ିର ଖେଳାଳିଙ୍କୁ ତାଲିମ ଦେବା ପାଇଁ ସୁନ୍ଦରଗଡ଼ର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଆଷ୍ଟ୍ରୋ ଟର୍ଫ ହକି ପଡ଼ିଆ କରାଯାଉଛି। ଏବେ ଏହି ଷ୍ଟାଡିୟମ ପୂର୍ଣ୍ଣାଙ୍ଗ ହେଲେ ଜିଲାରେ ହକିର ବିକାଶ ପାଇଁ ଏକ ନୂଆ ଫର୍ଦ୍ଦ ଯୋଡ଼ା ହେବ ବୋଲି କ୍ରୀଡାପ୍ରେମୀ ଆଶା କରିଛନ୍ତି

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories