www.samajalive.in
Friday, December 5, 2025
23.1 C
Bhubaneswar

ବଢ଼ିଲା ସୁନା ଦର : ଦିନକରେ ୫୫୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଘରୋଇ ବଜାରରେ  ବୁଧବାର ସୁନା ଓ ରୁପା ମୂଲ୍ୟରେ ବୃଦ୍ଧି ଘଟିଛି। ବିଶ୍ୱ ବଜାର କାରବାରର ପ୍ରଭାବ ଘରୋଇ ବଜାର ଉପରେ ପ୍ରତିଫଳିତ ହେବା ଫଳରେ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୫୫୫ ଟଙ୍କା ବୃଦ୍ଧି ଘଟି ୩୨,୦୩୦ ଟଙ୍କା ହୋଇଛି। ସେହିପରି ରୁପା ମୂଲ୍ୟରେ କିଲୋ ପିଛା ୪୫୦ ଟଙ୍କା ବୃଦ୍ଧି ଘଟି ୩୯,୪୦୦ ଟଙ୍କାରେ ପହଞ୍ଚିଛି। ଫଳରେ ରୁପା ମୂଲ୍ୟ କିଲୋ ପିଛା ୩୯,୦୦୦ ଟଙ୍କା ସ୍ତର ଅତିକ୍ରମ କରିଛି। ସିଙ୍ଗାପୁରଠାରେ ସୁନା ମୂଲ୍ୟରେ ଆଉନ୍ସ ପିଛା ୦.୩୨% ବୃଦ୍ଧି ଘଟି ୧୨୦୭.୬୦ ଡଲାରରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ୯୯.୯% ଏବଂ ୯୯.୫% ଶୁଦ୍ଧତା ବିଶିଷ୍ଟ ସୁନା ପ୍ରତ୍ୟେକର ମୂଲ୍ୟରେ ୫୫୫ ଟଙ୍କା ବୃଦ୍ଧି ଘଟି ଯଥାକ୍ରମେ ୩୨,୦୩୦ ଟଙ୍କା ୩୧,୮୮୦ ଟଙ୍କାରେ ପହଞ୍ଚିଛି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories