www.samajalive.in
Tuesday, December 9, 2025
16.1 C
Bhubaneswar

ହାଟ ବସିଥିବାବେଳେ ରାଇସ୍‌ ମିଲ କାନ୍ଥ ଭୁଶୁଡ଼ିଲା; ୪ ମୃତ, ୫ ଆହତ

ଢେଙ୍କାନାଳ: ଢେଙ୍କାନାଳ ଅଳସୁଆ ହାଟରୋଡ୍‌ଠାରେ ରବିବାର ସକାଳେ ଏକ ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ି ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟ ଡାକ୍ତରଖାନାକୁ ପଠାଯାଇଛି। ରାଇସ୍‌ ମିଲ ପାର୍ଶ୍ଵରେ ହାଟ ବସିଥିବାବେଳେ ବ୍ୟବସାୟୀଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଏପରି ଅଘଟଣ ଘଟିଥିଲା। କାନ୍ଥ ତଳେ କିଛି ଗାଡ଼ିମୋଟର ଚାପି ହୋଇ ନିଷ୍ଟ ହୋଇଯାଇଛି। ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି।

- Advertisement -

ରବିବାର ହାଟ ଥିବାରୁ ସକାଳୁ ସକାଳୁ ବ୍ୟବସାୟୀମାନେ ବେପାର କରିବାକୁ ହାଟକୁ ଆସୁଥିଲେ। ଆଉ କିଛି ବ୍ୟବସାୟୀ ସକାଳୁ ହାଟରେ ବସି ବ୍ୟବସାୟ କରୁଥିଲେ। ନିକଟରେ ରହିଥିବା ରାଇସ ମିଲ୍‌ଟି ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ତାହାର ପାଚେରି କାନ୍ଥ ନିକଟରେ ବ୍ୟବସାୟୀମାନେ ବସିଥିଲେ। କାନ୍ଥଟି ଦୁର୍ବଳ ଥିବାରୁ ହଠାତ୍‌ ତାହା ଭୁଶୁଡ଼ି ପଡ଼ିଥିଲା। କାନ୍ଥ ପାର୍ଶ୍ଵରେ ବସିଥିବା ବ୍ୟବସାୟୀ ଏବଂ କିଛି ଗ୍ରାହକ କାନ୍ଥ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। କାନ୍ଥ ତଳୁ ଲୋକଙ୍କୁ ବାହାର କରି ହସ୍ପିଟାଲ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ଚାଲିଛି।

ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ରାଇସ୍‌ ମିଲ୍‌ଟି ଦୀର୍ଘଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ତାହାର ମରାମତି କରା ନ ଯିବାରୁ ଏଭଳି ଦୁର୍ଘଟଣା ଘଟିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି। ରାଇସ୍‌ ମିଲ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories