www.samajalive.in
Monday, December 8, 2025
27.1 C
Bhubaneswar

ପାନର ଧାର୍ମିକ ମହତ୍ତ୍ୱ , ସ୍ୱୟଂ ଭଗବାନ ଏଥିରେ କରିଥାଆନ୍ତି ବାସ

ହିନ୍ଦୁଧର୍ମରେ ପାନକୁ ଶୁଦ୍ଧତା ଓ ସମ୍ପନତାର ପ୍ରତୀକ ବୋଲି କୁହାଯାଏ। ବିଭିନ୍ନ ପୂଜାରେ ଏହାର ବ୍ୟବହାର ହେଉଥିବାରୁ ପାନ ପତ୍ର ପ୍ରତି ଲୋକଙ୍କ ଭକ୍ତି ଭାବ ମଧ୍ୟ ରହେ। ଯେଉଁ କୌଣସି କାର୍ଯ୍ୟର ଶୁଭାରମ୍ଭ କରିବା ପୂର୍ବରୁ ଦେବାଦେବୀଙ୍କ ପୂଜାର୍ଚ୍ଚନା କରାଯାଏ। ପ୍ରତ୍ୟେକ ପୂଜାରେ ପାନପତ୍ରର ବ୍ୟବହାର କରାଯାଇଥାଏ। ଏହାକୁ ବ୍ୟବହାର କରି ଭଗବାନଙ୍କୁ ପ୍ରଣାମ କରାଯାଇଥାଏ। ସ୍କନ୍ଧ ପୁରାଣରେ ମଧ୍ୟ ପାନର ଧାର୍ମିକ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏତଦ ବ୍ୟତୀତ ମଧ୍ୟ ସମୁଦ୍ର ମନ୍ଥନ ସମୟରେ ମଧ୍ୟ ଦେବତା ମାନଙ୍କ ଦ୍ୱାରା ପାନ ପତ୍ର ବ୍ୟବହାର ହୋଇଥିଲା। ପାନ ଖାଇବା ,ଦାନ ଦେବା, ପୂଜାରେ ଏହାର ବ୍ୟବହାରକୁ ଅତ୍ୟନ୍ତ ଶୁଭ ବୋଲି ମାନ୍ୟତା ରହିଛି। ପାନ ପତ୍ରରେ କେତେକ ଦେବାଦେବୀଙ୍କ ବାସ ରହିଥାଏ ବୋଲି ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଜାଣନ୍ତୁ ଏହା ବିଷୟରେ ….
ପାନର ମଧ୍ୟ ଭାଗରେ ମା’ ସରସ୍ୱତୀଙ୍କ ବାସ ରହିଥାଏ ବୋଲି କୁହାଯାଇଛି।
ପାନର ଡ଼େମ୍ଫରେ ମା’ ଲକ୍ଷ୍ମୀଙ୍କ ବାସ କରିଥାଆନ୍ତି। ପାନର ପତ୍ରରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରିଥାଆନ୍ତି।
ପାନର ବାହାର ଅଂଶର ଶୀର୍ଷରେ ପ୍ରଭୁ ମହାଦେବ ଓ କାମଦେବଙ୍କ ବାସ କରିଥାଆନ୍ତି।
ପାନର ବାହାର ଅଂଶରେ ମା’ପାର୍ବତୀ ଓ ମା’ ମଙ୍ଗଳା ବାସ କରିଥାଆନ୍ତି।
ସମ୍ପୂର୍ଣ୍ଣ ପାନକୁ ଭଗବାନ ସୂର୍ଯ୍ୟଙ୍କ ପ୍ରତୀକ ବୋଲି କୁହାଯାଏ।
ଘରେ ଥିବା ପୂଜା କକ୍ଷରେ ପାନ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପାନ ପତ୍ର ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଗୃହରେ ସର୍ବଦା ଶାନ୍ତିର ବାତାବରଣ ରହିଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ ସୁସଂପର୍କ ସୃଷ୍ଟି ହୋଇଥାଏ। ପାନର ସମ୍ବନ୍ଧ ବୁଧ ଗ୍ରହ ସହ ମଧ୍ୟ ରହିଛି। ତେଣୁ ପାନର ବିଭିନ୍ନ ପ୍ରକାରର ବ୍ୟବହାର ଜାତକରେ ବୁଧଙ୍କର ସୁପ୍ରଭାବ ପକାଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories