www.samajalive.in
Monday, December 8, 2025
14.1 C
Bhubaneswar

ସାତ ଦଶନ୍ଧି ପରେ ବି ହୀରାକୁଦ ବିସ୍ଥାପିତଙ୍କ ଭାଗ୍ୟ ଫାଇଲ ଭିତରେ

ରେଙ୍ଗାଲିକ୍ୟାମ୍ପ: ବିଶ୍ବର ଦୀର୍ଘତମ ନଦୀବନ୍ଧ ହୀରାକୁଦକୁ ୬୭ ବର୍ଷ ପୁରିଲା, ଯେଉଁ ହୀରାକୁଦ ନଦୀବନ୍ଧ ପାଇଁ ଆଜି ବରଗଡ଼ ଶସ୍ୟ ଉତ୍ପାଦନରେ ଅଗ୍ରଣୀ ହୋଇ ଓଡ଼ିଶାର ଭାତହାଣ୍ଡି ରୂପେ ପରିଚିତ ହୋଇପାରିଛି । ବଦଳି ଯାଇଛି ଅଞ୍ଚଳବାସୀଙ୍କ ଭାଗ୍ୟ କିନ୍ତୁ ବଦଳି ପାରିନାହିଁ ଏହି ନଦୀବନ୍ଧ ନିର୍ମାଣ ପାଇଁ ବାସଚ୍ୟୁତ ହୋଇଥିବା ବିସ୍ଥାପିତଙ୍କ ଭାଗ୍ୟ । ସାତ ଦଶନ୍ଧି ପରେ ମଧ୍ୟ ଶହସ୍ରାଧିକ ପରିବାର କ୍ଷତିପୂରଣ ଓ ଘରଡିହ ପାଇ ନାହାନ୍ତି । ଗତ ୧୩-୧-୧୯୫୭ ମସିହାରେ ଏହି ନଦୀବନ୍ଧକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମଗ୍ର ମାନବ ଜାତିର କଲ୍ୟାଣ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ, ହେଲେ କ୍ଷତିଗ୍ରସ୍ତ ୨୬୫୦୧ ପରିବାରଙ୍କ ଭବିଷ୍ୟତ କଥାକୁ ଭୁଲିଗଲେ । ଅଣୁ ବିଭାଜନ ହୋଇ ବର୍ତ୍ତମାନ ଏକ ଲକ୍ଷ ପରିବାର ହେଲେଣି । ଏହି ଜଳଭଣ୍ଡାରରେ ୨୮୫ ଖଣ୍ଡ ଗାଁର ୧,୮୫,୦୦୦ ଏକର ଜମି, ୨୦୦ଟି ମନ୍ଦିର ନଦୀ ଗର୍ଭରେ ଲୀନ ହେଲା। ବିଳମ୍ବରେ ହେଲେ ସୁଦ୍ଧା ଓଡ଼ିଶାର ସରକାର ରାଜସ୍ବ ବିଭାଗ ପତ୍ର ସଂଖ୍ୟା ୫୫୩୧ ତା ୩୯-୧-୨୦୦୨ରେ ପ୍ରତି ବିସ୍ଥାପିତ ପରିବାରଙ୍କୁ ୧୦ ଡିସିମିଲ ଘରଡିହ ଦେବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ। ମାତ୍ର ସରକାରୀ ନିର୍ଦ୍ଦେଶର ୨୨ ବର୍ଷ ପରେ ମାତ୍ର ୪୫୪୪ ପରିବାରଙ୍କୁ ଘରଡିହ ପ୍ରଦାନ କରିଛନ୍ତି । ଗତ ୨୩-୩-୨୦୨୦ ମସିହାରେ ବିଧାନସଭାରେ ରାଜସ୍ବ ମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ପରେ ତାଙ୍କୁ ଥଇଥାନ କରାଗଲା, ଯାହାକି ସମୁଦାୟ ପରିବାରର ୫% ମାତ୍ର । ବିଭିନ୍ନ ତହସିଲରେ ହଜାର ହଜାର ଆବେଦନ ଫର୍ମ ବର୍ଷ ବର୍ଷ କାଳ ଜମା ହୋଇଥିଲେ ମଧ୍ୟ ପ୍ରଶାସନର ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ବିସ୍ଥାପିତ ନ୍ୟାୟ ପାଇବାରୁ ବଞ୍ଚିତ ବୋଲି ହୀରାକୁଦ ବାସଚ୍ୟୁତ କଲ୍ୟାଣ ସମିତିର ସଭାପତି ଲୋକନାଥ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି । ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦିଅନ୍ତି, ପରେ ସରକାର ଓ ରାଜନେତା ଭୁଲି ଯାଆନ୍ତି। ସରକାରୀ ପଇସାରେ ଏୟାର୍ କଣ୍ଡିସନ ଗାଡ଼ିରେ ବୁଲୁଥିବା ନେତା ମନ୍ତ୍ରୀ କିପରି ବୁଝିବେ ବିସ୍ଥାପିତଙ୍କ ଦୁଃଖ ବୋଲି ସେ କହିଛନ୍ତି ।

ପକ୍ଷୀ ଗଣନା କରି ହୀରାକୁଦ ଜଳଭଣ୍ଡାରରେ ୩୪୨,୩୪୫ ପକ୍ଷୀ ଥିବା ସରକାର ଘୋଷଣା କରି ପ୍ରତ୍ୟେକ ପକ୍ଷୀର ସୁରକ୍ଷା ସରକାରଙ୍କ କର୍ତ୍ତବ୍ୟ ବୋଲି ସେ ଜାଣିଛନ୍ତି, କିନ୍ତୁ ହୀରାକୁଦ ବିସ୍ଥାପିତ ପରିବାରଙ୍କ ସଂଖ୍ୟା କେତେ ସରକାରଙ୍କୁ ଆଜିଯାଏଁ ଅଜଣା ରହିବା ବଡ଼ ପରିତାପର ବିଷୟ । ଶହସ୍ରାଧିକ ବିସ୍ଥାପିତ ପରିବାର ନିଖୋଜ ଅଛନ୍ତି । ତାଙ୍କର ଥଇଥାନ କରିବା ତ ଦୂର କଥା, ରାଜନେତାମାନେ ରଁପାଳୁଗାରେ ପିକନିକ ମନାଇ ଚାଲିଯାଆନ୍ତି, ହେଲେ ସେଠାରେ ରହୁଥିବା ବିସ୍ଥାପିତଙ୍କ ବିଷୟରେ କେହି ହେଲେ ଥରେ ପଚାରି ବୁଝନ୍ତି ନାହିଁ । ହୀରାକୁଦ ବନ୍ଧର ପ୍ରତିଷ୍ଠା ଦିବସ ପାଳନ କରାଯାଏ ପ୍ରତି ବର୍ଷ । ଅନେକ ଖବର କାଗଜରେ ପ୍ରକାଶ ପାଏ ନେତା ମୁଖ୍ୟ ଅତିଥିଙ୍କ କଥା, କିନ୍ତୁ ବିଡ଼ମ୍ବନାର ବିଷୟ, କେଉଁଠି ହେଲେ ପ୍ରକାଶ ପାଏନାହିଁ ଏହି ବନ୍ଧ ନିର୍ମାଣ ପାଇଁ ନିଜର ବାସସ୍ଥାନ ହରାଇ ଯାଯାବର ଜୀବନ ବିତାଉଥିବା ବିସ୍ଥାପିତମାନଙ୍କ ବିଷୟରେ । କେହି ଚିନ୍ତା କରନ୍ତି ନାହିଁ ୬୭ ବର୍ଷ ଧରି ଦେଶର ବନ୍ୟା ନିୟନ୍ତ୍ରଣ, ବିଜୁଳି ଉତ୍ପାଦନ, ଜଳସେଚନ, ମାଛଚାଷ ଓ ଶିଳ୍ପାୟନକୁ ଜଳଯୋଗାଣ କରିଆସୁଥିବା ହୀରାକୁଦ ଜଳଭଣ୍ଡାର ଦେଶବାସୀଙ୍କଙ୍କ ପାଇଁ ଆଶୀର୍ବାଦ ହୋଇଥିବା ବେଳେ ବିସ୍ଥାପିତଙ୍କ ପାଇଁ କେତେ ବଡ଼ ଅଭିଶାପ ପାଲଟିଛି ।

- Advertisement -

ଅନେକ ଥର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିରେ ଏହାକୁ ଆଣିବା ସତ୍ତ୍ୱେ ଅନେକ ନେତା ମନ୍ତ୍ରୀଙ୍କ ଦ୍ବାରସ୍ଥ ହେବା ସତ୍ତ୍ୱେ ମଧ୍ୟ କେହି ଶୁଣି ନାହାନ୍ତି ଏମାନଙ୍କ କଥା । ଶେଷରେ ଜିଲାପାଳଙ୍କ ଜନ ଶୁଣାଣିରେ ପୁଣି ଅଭିଯୋଗ କରିଛନ୍ତି ତାଙ୍କର ଥଇଥାନ ପାଇଁ । ଏହାସହ ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ଯଦି ଏମାନଙ୍କ ଥଇଥାନ କରା ନ ଯାଏ, ତେବେ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ ସଂଘ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories