www.samajalive.in
Friday, December 12, 2025
19.1 C
Bhubaneswar

ଜାତିର ଏକତା ଓ ଅଖଣ୍ଡତା ପାଇଁ ପର୍ଶୁରାମ ଜନ୍ମୋତ୍ସବରେ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଶୁକ୍ରବାର ଏପ୍ରିଲ ୨୨ ରେ ପାଳିତ ହୋଇଯାଇଛି ଅତାବିରା ବ୍ଲକ ସ୍ତରୀୟ ପର୍ଶୁରାମ ଜୟନ୍ତୀ। ଯେତେବେଳେ ନିଜର ଅସ୍ତ୍ରଶସ୍ତ୍ର ଓ କ୍ଷମତା ଯୋଗୁଁ କ୍ଷତ୍ରିୟମାନେ ସେମାନଙ୍କର କ୍ଷମତାର ଅପବ୍ୟବହାର କରିବା, ଅନ୍ୟର ଜିନିଷକୁ ବଳପୂର୍ବକ ଗ୍ରହଣ କରିବା ଏବଂ ଲୋକଙ୍କୁ ଅତ୍ୟାଚାର କରିବା ଆରମ୍ଭ କରି ଦେଇଥିଲେ, ସେହି ସମୟରେ କ୍ଷେତ୍ରୀୟ ଯୋଦ୍ଧାମାନଙ୍କୁ ବିନାଶ କରି ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷା କରିବା ପାଇଁ ବିଷ୍ଣୁଙ୍କ ଷଷ୍ଠ ଅବତାର ଭାବେ ଅବତରି ଅଧର୍ମର ସଂହାର କରିଥିବା ପର୍ଶୁରାମ ଏକବିଂଶ ବାର ପୃଥିବୀକୁ ନିକ୍ଷତ୍ରୀୟ କରିବା ସହ ସମାଜରେ ସନ୍ତୁଳନ ରକ୍ଷା କରିଥିଲେ।

କିନ୍ତୁ ଶେଷରେ ସେ ନିଜ ବ୍ରାହ୍ମଣ କୁଳର ଧର୍ମ ପାଳନ କରିବା ପାଇଁ ତପସ୍ୟା କରିବାକୁ ଚାଲିଯାଇଥିଲେ। ବ୍ରାହ୍ମଣ ଜାତିର ସୁରକ୍ଷା ତଥା ଜାତିର ସ୍ୱାଭିମାନ ରକ୍ଷା ପାଇଁ ସେ ଯେଉଁ ମାର୍ଗ ଦେଖାଇଥିଲେ ତାହା ବ୍ରାହ୍ମଣ ସମାଜ ପାଇଁ ଯୁଗ ଯୁଗ ଧରି ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାକୁ ପ୍ରେରଣା ଦେଇଆସିଛି। ତେଣୁ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଲନାର୍ଥେ ବରଗଡ଼ ଜିଲା ଅତାବିରା ବ୍ଲକ ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ବ୍ଲକର କୋଣ ଅନୁକୋଣରୁ ଆସିଥିବା ବ୍ରାହ୍ମଣମାନଙ୍କୁ ନେଇ ପ୍ରଥମେ ଅତାବିରା ସ୍ଥିତ ମା’ ଦୂର୍ଗାଙ୍କ ମନ୍ଦିରରେ ଭଗବାନ ପର୍ଶୁରାମଙ୍କ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ବରିଷ୍ଠ ନାଗରିକ ସଂଘର ସଭାପତି ତଥା ବରିଷ୍ଠ ବେଣୁଧର ମିଶ୍ର କର୍ତ୍ତା ଦାୟିତ୍ବ ତୁଲାଇଥିଲେ।

- Advertisement -

ଏହାପରେ ମା’ ଦୁର୍ଗାଙ୍କ ପୂଜା ଆଳତି କରାଯାଇଥିଲା। ବ୍ଲକ କର୍ମକାଣ୍ଡିୟ ପଣ୍ଡିତମାନେ ତଥା ଅଞ୍ଚଳର ବ୍ରାହ୍ମଣ ସମାଜର ସମସ୍ତ ପରିବାର ଜୟ ପର୍ଶୁରାମ ଧ୍ବନିରେ ଘଣ୍ଟ ଓ ଦୁଲୁଦୁଲି ବାଜା ସହ ଶୋଭାଯାତ୍ରା ବାହାରି ଅଗ୍ରସେନ ଭବନ ଠାରେ ପହଞ୍ଚିଥିଲେ। ସେଠାରେ ସିନ୍ଦୂରବାହାଲ ଗ୍ରାମର ଦୁଇ ବ୍ରାହ୍ମଣ ପରିବାର ସମସ୍ତ ବ୍ରାହ୍ମଣ ମାନଙ୍କ ପାଦ ଧଉତ ସହ ବେଦ ଶ୍ଳୋକ ପଠନ ପୂର୍ବକ ଫୁଲ ଚନ୍ଦନ ଦେଇ ସ୍ବାଗତ କରିଥିଲେ। ଏହା ବ୍ୟତୀତ ଭଗବାନ ପର୍ଶୁରାମ ବେଶରେ ସୁସଜ୍ଜିତ ହୋଇ କିଛି ବ୍ରାହ୍ମଣମାନେ ଭଗବାନ ପର୍ଶୁରାମଙ୍କ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନ ପରିବେଷଣ କରାଯାଇଥିଲା।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories