www.samajalive.in
Sunday, December 7, 2025
16.1 C
Bhubaneswar

ଜିଲ୍ଲାପାଳଙ୍କ ଆର୍ ଏମ୍ ସି କାର୍ୟ୍ୟାଳୟ ଓ ୫ ଟି ସ୍କୁଲ୍ ପରିଦର୍ଶନ

ରେଙ୍ଗାଲିକ୍ୟାମ୍ପ :  ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ଅତାବିରା ଏ ଏମ୍ ସି କାର୍ୟ୍ୟାଳୟକୁ ଆକସ୍ମିକ ଭାବରେ ପରିଦର୍ଶନ କରିଥିଲେ । ମାର୍କେଟର ଉନ୍ନତି କରଣ ଉପରେ ଆଲୋଚନା କରିବା ବ୍ୟତୀତ ମାର୍କେଟରେ ଥିବା ବିଭିନ୍ନ ସମସ୍ୟା ଉପରେ ଆର୍ ସି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲଙ୍କ ଠାରୁ ପଚାରି ବୁଝି ଥିଲେ । ଏହା ବ୍ୟତୀତ ସେ ସ।ତ ଦିନ ଭିତରେ ମାର୍କେଟର ସ୍କେଚ୍ ମେପ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାର୍କେଟକୁ ଆବଦ୍ଧ କରି ସୁରକ୍ଷିତ ରଖିବା ପାଇଁ କହିଥିଲେ । ମାର୍କେଟ ପଛ ପଟେ ଦୀର୍ଘ ଦିନ ଧରି ରହିଆସୁଥିବା ଲୋକଙ୍କ ଯିବା ଆସିବା ପାଇଁ ଉପଯୁକ୍ତ ରାସ୍ତାର ବ୍ୟବସ୍ଥା କରିବା ସହ ମାର୍କେଟର ଚତୁର୍ପ।ଶ୍ୱରେ ଉଚ୍ଚ ପାଚେରୀ ନିର୍ମାଣ କରି ମାର୍କେଟକୁ ସୁରକ୍ଷିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ଅବସରରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଚାଷୀଙ୍କ ଧାନ ସୁରକ୍ଷିତ ରଖିବା ପାଇଁ ପିଣ୍ଡି ନିର୍ମାଣ ଓ କୃଷକ ଭବନ ନିର୍ମାଣ ପାଇଁ ଅନୁରୋଧ କରିଥିଲେ ଏବଂ ଜିଲ୍ଲାପାଳ ମଧ୍ୟ ଏହାର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ନିର୍ମାଣାଧୀନ ଅମଲି ପାଲି ଓ ପାହାରଶ୍ରିଗିଡା ୫ ଟି ସ୍କୁଲ୍ ପରିଦର୍ଶନରେ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସଂପୃକ୍ତ ଠିକାଦାର ମାନଙ୍କୁ ଧିମେଇ ଯାଇଥିବା କାମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ କାମ ଶେଷ ନହେଲେ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କହିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ ଓ ଯନ୍ତ୍ରୀ ମ।ନେ ଉପସ୍ଥିତ ଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories