www.samajalive.in
Monday, December 8, 2025
27.1 C
Bhubaneswar

ଆରପିଡିଏସି ବୈଠକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ବ୍ଲକରେ ପ୍ରତିଷ୍ଠିତ ବିଭିନ୍ନ କଳକାରଖାନାର ଆରପିଡିଏସି ବୈଠକ ଗତ ୫/୬ ବର୍ଷ ହେଲା ବସୁନାହିଁ। ଏନଏଲସି କୋଇଲା ଖଣିର ଆରପିଡିଏସି ବୈଠକ ୫-୧୨-୨୦୧୯ ପରେ ୫ବର୍ଷ ବିତିବାକୁ ବସିଲାଣି ବସିନାହିଁ। ଫଳରେ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ପରିବାରର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରୁନି। ପାରିପାର୍ଶ୍ଵିକ ଉନ୍ନୟନ କାମ ମଧ୍ୟ ଆଶାନୁରୂପ ଭାବରେ ରୂପାୟନ ହୋଇ ପାରୁନାହିଁ। ଶିଳ୍ପାୟନରେ କ୍ଷତିଗ୍ରସ୍ତ ଜନସାଧାରଣରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ନାଉରି ନାଏକ ଏବଂ ବିସ୍ଥାପିତ/କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ହେମନ୍ତ ପାଣ୍ଡେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ଏନଏଲସି ଇଣ୍ଡିଆ କୋଇଲା ଖଣିର ଆରପିଡିଏସି ବୈଠକ ଡକାଯିବା ପାଇଁ ନିର୍ଦ୍ଦେଶ ଜାରି କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।

ତଲାବିରା ୨ ଓ ୩ କୋଇଲା ଖଣି ଏନଏଲସି କମ୍ପାନୀକୁ ଦିଆଗଲା ପରେ ମାତ୍ର ଦୁଇଥର ଆରପିଡିଏସି ବୈଠକ ବସିଛି। ପ୍ରତି ୩ମାସରେ ଥରେ ଅର୍ଥାତ୍ ବର୍ଷକୁ ୪ଥର ବୈଠକ ବସିବାର ନିୟମ ରହିଛି। କିନ୍ତୁ ଏହି ନିୟମର ଉଲ୍ଲଂଘନ କରାଯାଉଛି। ୫-୧୨-୨୦୧୯ ଦିନ ଅନୁଷ୍ଠିତ ବୈଠକରେ କମ୍ପାନୀ ଦେଇଥିବା ଲିଖିତ ପ୍ରତିଶ୍ରୁତି ଗୋଟିଏ ବି ପାଳନ କରିନାହିଁ। ମାଫିଆ ଓ ସ୍ଥାନୀୟ ଦଲାଲମାନଙ୍କୁ ନେଇ ନୀରିହ ପରିବାରଙ୍କ ଜମିରେ କ୍ଷତିପୂରଣ ପ୍ରଦାନ ନକରି ମାଟି ଡମ୍ପିଂ ଚାଲିଛି। ବ୍ଲାଷ୍ଟିଂ ଦ୍ୱାରା କୋଇଲା ଉତ୍ତୋଳନ ଯୋଗୁଁ ଆଖ ପାଖର ଘରଗୁଡ଼ିକରେ ଫାଟ ସୃଷ୍ଟି ହେବାରୁ ଘରଗୁଡ଼ିକ ଭାଙ୍ଗି ଯାଉଛି। କୋଇଲା ଉତ୍ତୋଳନର ୪ବର୍ଷ ପରେ ମଧ୍ୟ ସ୍ଥାୟୀ ସ୍ୱାସ୍ଥ୍ୟ ସେବା କିମ୍ବା ପାନୀୟ ଜଳର ସୁବିଧା କରାଯାଇ ନାହିଁ । ନିଯୁକ୍ତି ନାଁରେ ଅର୍ଥ କାରବାର ଚାଲିଛି। ପାରିପାର୍ଶ୍ଵିକ ଉନ୍ନତି ନାଁରେ ଠିକାଦାର ପୋଷା ଚାଲିଛି। ୬ବର୍ଷ ମଧ୍ୟରେ ଗୋଟେ ବି ଆରପିଡିଏସି ବୈଠକ ବସି ପାରିନାହିଁ, ଯାହା ଫଳରେ ବିସ୍ଥାପିତମାନଙ୍କର ସମସ୍ୟା ଅସମାହିତ ହୋଇ ରହିଯାଉଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ନାଏକ ଏବଂ ବିସ୍ଥାପିତ ପରିବାର ପକ୍ଷରୁ ହେମନ୍ତ ପାଣ୍ଡେ ମୁଖ୍ୟମନ୍ତ୍ରୀଙ୍କଠାରେ ଅଭିଯୋଗ କରି ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories