www.samajalive.in
Monday, December 8, 2025
14.1 C
Bhubaneswar

୩୩ କେଭି ବିଦ୍ୟୁତ୍ ତାର ଚୋରି: ଧରାପଡ଼ିଲେ ୩, ୯ ଫେରାର୍

ରେଙ୍ଗାଲି: ସମ୍ବଲପୁର ଜିଲା କତରବଗା ଥାନା ଲଇଡା ଫାଣ୍ଡି ଅନ୍ତର୍ଗତ ଲଇଡା ବିଦ୍ୟୁତ ଗ୍ରୀଡ୍ ସବ୍ ଷ୍ଟେସନରୁ ଫାଶିମାଲକୁ ସଂଯୋଗ କରୁଥିବା ୩୩ କେଭି ବିଦ୍ୟୁତ ଲାଇନରୁ ମଙ୍ଗଳବାର ରାତିରେ ବିଦ୍ୟୁତ୍ ତାର କାଟି ଚୋରାଚାଲାଣ ଚାଲାଣ କରୁଥିବା ବେଳେ ଏକ ରାକେଟର ୩ଜଣ ଚୋରଙ୍କୁ ପୁଲିସ, ରେଙ୍ଗଲୋଇ ଗ୍ରାମବାସୀ ଓ ବିଦ୍ୟୁତ୍ କର୍ମଚାରୀ ଘେରାବନ୍ଦୀ କରି କାବୁ କରିଛନ୍ତି। ଏହି ଚୋରା ରାକେଟରେ ୧୨ ଜଣ ଥିଲେ। ସେମାନେ ଏକ ଟେମ୍ପୋରେ ତାର କାଟିବାକୁ ଆସିଥିଲେ ବୋଲି ଧରାପଡିଥିବା ଆଭିଯୁକ୍ତମାନେ କହିଛନ୍ତି। ଧରାପଡିଥିବା ୩ଜଣ ଚୋର ଶାସନ ଥାନା ଅନ୍ତର୍ଗତ ତବଲା ନିକଟସ୍ଥ ଖୁଲିଆ ଗ୍ରାମର ବାସିନ୍ଦା। ସେମାନେ ହେଲେ ବେଦବ୍ୟାସ ମୁଣ୍ଡା(୧୮), ରାହୁଲ ପାଇକ(୧୮) ଏବଂ ଫକିରମୋହନ ଆଇନ୍ଦ୍(୨୦) ବୋଲି ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି। ଏମାନଙ୍କୁ ସମ୍ବଲପୁର ମୋତିଜିରାର ମୁନ୍ନା ନାମକ ଜନୈକ ବ୍ୟକ୍ତି ତାର ଚୋରି କରିବା ପାଇଁ ଏକ ଟେମ୍ପୋରେ ଆଣିଥିଲା ବୋଲି ପୁଲିସ ପଚରାଉଚରା କଲାବେଳେ ପ୍ରକାଶ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଲଇଡା ଗ୍ରୀଡ୍‌ରୁ ମହଦା, କରଡାଖମନ, ବାଜାଗାଜା, କେନାଢିପା ଆଦି ଗ୍ରାମ ଦେଇ ଫାଶିମାଲକୁ ସଂଯୋଗ କରୁଥିବା ୩୩ କେଭି ବିଦ୍ୟୁତ୍ ଲାଇନର ମହଦା-କରଡାଖମନ-ବିଜାଗୁଡା ମଝିରେ ୧୪ଟି ସ୍ପାନ୍‌ର ବିଦ୍ୟୁତ୍ ତାର କାଟି ଦେଇ ଚୋରାଚାଲାଣ କରୁଥିଲେ ଦୁର୍ବୃତ୍ତ। ଏହି ସମୟରେ ସ୍ଥାନୀୟ ଲୋକେ ଓ ସେ ଅଞ୍ଚଳରେ ରହୁଥିବା ବିଦ୍ୟୁତ କର୍ମଚାରୀ ଚୋର ଦଳକୁ ଧରିବା ପାଇଁ ସେମାନଙ୍କ ପିଛା କରିଥିଲେ। ତେବେ ଚୋର ସେମାନଙ୍କୁ ଚକମା ଦେଇ ଧାନ କ୍ଷେତରେ ଦୌଡ଼ି ଦୌଡ଼ି ରେଙ୍ଗଲୋଇ ଗାଁ ଆଡ଼କୁ ପଲାଇ ଆସିଥିଲେ। ଏହାର ସୂଚନା ପାଇ ଲଇଡା ଫାଣ୍ଡି ଅଧିକାରୀ ଯୋଗେଶ୍ବର କିସାନ, କତରବଗା ଥାନା ଏଏସ୍ଆଇ କିଶୋର ସାହୁ, ଲିଙ୍ଗରାଜ ଅଢା, ମଳୟ ପ୍ରଧାନ ଏବଂ ଲଇଡା ବିଦ୍ୟୁତ ଗ୍ରୀଡର କର୍ମଚାରୀ ଏବଂ ରେଙ୍ଗଲୋଇ ଗ୍ରାମର ସ୍ବେଚ୍ଛାସେବୀ ଯୁବକ ଚୋରମାନଙ୍କୁ ଧରିବାକୁ ଘେରାବନ୍ଦୀ କରି ଘଞ୍ଚ ଅମରିଗଛ ବୁଦା ଏବଂ ପାଣି ଭିତରେ ଲୁଚିଥିବା ୩ଜଣ ଚୋରଙ୍କୁ କାବୁ କରିଥିଲେ। ୩ ଅଭିଯୁକ୍ତଙ୍କୁ ଲଇଡା ଫାଣ୍ଡିରେ ଅଟକ ରଖାଯାଇ ତାର ଚୋରି କୁଚିଣ୍ଡା ଥାନା ଅଞ୍ଚଳରେ ହୋଇଥିବାରୁ ଅଭିଯୁକ୍ତମାନଙ୍କୁ ଅପରାହ୍ନରେ କୁଚିଣ୍ଡା ପୁଲିସକୁ ହସ୍ତାନ୍ତର କରାଯାଇଛି। କଟାଯାଇଥିବା ୧୪ ଟି ସ୍ପାନ୍‌ର ତାର ମଧ୍ୟରୁ ଚୋର ଦଳ ୬ଟି ସ୍ପାନ୍‌ର ତାର ଧରି ଫେରାର ହୋଇଥିବା ବେଳେ ୮ଟି ସ୍ପାନର ତାର ଛାଡ଼ି ଯାଇଛନ୍ତି ବୋଲି ବିଦ୍ୟୁତ ବିଭାଗ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories