www.samajalive.in
Wednesday, December 10, 2025
26.1 C
Bhubaneswar

ରିଲାଏନ୍ସ ଲଞ୍ଚ କଲା ଇ-କମର୍ସ ସାଇଟ୍‌ ଜିଓମାର୍ଟ

ନୂଆଦିଲ୍ଲୀ : ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଇ-କମର୍ସ ସାଇଟ ଜିଓମାର୍ଟ ଲଞ୍ଚ କରିଛି । ଏବେ ଗ୍ରାହକ ଜିଓମାର୍ଟରୁ ଫଳ, ପନିପରିବା, ଦୁଗ୍ଧଜାତୀୟ ଖାଦ୍ୟ ଏବଂ ବେକରୀ ଜିନିଷର ଅର୍ଡର କରିପାରି​‌ବେ ​‌। ବର୍ତ୍ତମାନ ଜିଓମାର୍ଟରେ ଉପଲବ୍ଧ ଥିବା ସମସ୍ତ ସାମଗ୍ରୀ ଉପରେ ୫ ପ୍ରତିଶତ ଡିସକାଉଣ୍ଟ ମଧ୍ୟ ମିଳିବ । ଜିଓ କମ୍ପାନୀ ପକ୍ଷରୁ ପରୀକ୍ଷା ମୂଳକଭାବେ ଏହି ସେବାକୁ ନଭି ମୁମ୍ବାଇ, କଲ୍ୟାଣ ଏବଂ ଥାନେ ଅଞ୍ଚଳରେ ଏହାକୁ ୬ ମାସରୁ ଟେଷ୍ଟି କରାଯାଉଥିଲା । ଏବେ ଜିଓମାର୍ଟ ଏହି ସେବା ମୁମ୍ବାଇ, ପୁନେ, ବାଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଏବଂ କଲିକତାର ଗ୍ରାହକଙ୍କୁ ପ୍ରଦାନ କରିବ ବୋଲି ଜଣାପଡିଛି । ଜିଓ ମାର୍ଟ ବର୍ତ୍ତମାନ ଦେଶର ଗ୍ରୀନ ଜୋନ ଥିବା ଅଞ୍ଚଳରେ ସାମଗ୍ରୀ ଡେଲିଭରୀ କରୁଥିବା ଜଣାପଡିଛି ।

ଜିଓମାର୍ଟ ପକ୍ଷରୁ ବର୍ତ୍ତମାନ ଗ୍ରାହକଙ୍କ ପାଇଁ ଭଲ ଅଫର ରଖାଯାଇଛି । ଯଦି ଗ୍ରାହକ ଜିଓମାର୍ଟରୁ ୭୫୦ ଟଙ୍କାରୁ ଉର୍ଦ୍ଧ୍ୱ ଜିନିଷ ଅର୍ଡର କରୁଛନ୍ତି ତେବେ  ଫ୍ରି ହୋମ ଡେଲିଭରୀ ଦେଉଛି ଜିଓମାର୍ଟ । ଏହାଠାରୁ କମ୍‌ ମୂଲ୍ୟର ଜିନିଷ ଅର୍ଡର କଲେ ଆପଣଙ୍କୁ ୨୫ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡୁଛି । ଏହାଛଡା ଗ୍ରାହକ ସାମଗ୍ରୀର ପେମେଣ୍ଟ ଡେବିଟ କିମ୍ବା କ୍ରେଡିଟ୍‌ କାର୍ଡରେ ମଧ୍ୟ କରିପାରିବେ। ଏହାଛଡା ଗ୍ରାହଙ୍କ ସୁବିଧାକୁ ଆଖି ଆଗରେ ରଖି ଡେଲିଭରୀ ପାଇଁ ହ୍ଵାଟସଆପ ନମ୍ବର ମଧ୍ୟ ଜାରି କରିଛି କମ୍ପାନୀ ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories