www.samajalive.in
Tuesday, December 9, 2025
16.1 C
Bhubaneswar

ପୁନଃ ନିର୍ଦ୍ଧାରିତ ମ୍ୟାଚ୍‌ ଶୃଙ୍ଖଳାର ଅନ୍ତିମ ଟେଷ୍ଟ ହେବ : ଗାଙ୍ଗୁଲି

ନୂଆଦିଲ୍ଲୀ  : କରୋନା ସଂକ୍ରମଣ ଯୋଗୁଁ ଭାରତ-ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟମ୍ୟାଚ୍‌ ବାତିଲ ହୋଇଛି। ବିସିସିଆଇ କହିଛି ଯେ ଏହି ଟେଷ୍ଟମ୍ୟାଚ୍‌ ପୁନଃନିର୍ଦ୍ଧାରିତ ହେବ। ଆସନ୍ତାବର୍ଷ ଭାରତୀୟ କ୍ରିକେଟ୍‌ ଦଳର ଇଂଲଣ୍ଡ ଗସ୍ତ ସମୟରେ ଏହି ଟେଷ୍ଟ ଖେଳାଯିବ। ଭାରତ ଆସନ୍ତାବର୍ଷ ଜୁଲାଇରେ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବା ପାଇଁ ଇଂଲଣ୍ଡ ଯିବ। ଏହି ଗସ୍ତରେ ଖେଳାଯିବାକୁ ଥିବା ଟେଷ୍ଟମ୍ୟାଚ୍‌ ଏକମାତ୍ର ଟେଷ୍ଟମ୍ୟାଚ୍ ନୁହେଁ; ବରଂ ଅସମାପ୍ତ ରହିଥିବା ୫ ମ୍ୟାଚ୍‌ ବିଶିଷ୍ଟ ପଟୌଦିନ ଟ୍ରଫିର ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଭାବେ ଗଣନା କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି।
ଗାଙ୍ଗୁଲି ଏହା ମଧ୍ୟ କହିଛନ୍ତି ଯେ ଭାରତ-ଇଂଲଣ୍ଡ ଶୃଙ୍ଖଳାର ୪ଟି ଟେଷ୍ଟମ୍ୟାଚ୍‌ ଖେଳାଯାଇଛି ଏବଂ ଗୋଟିଏ ବାକିଅଛି। ଭାରତ ସିରିଜ୍‌ରେ ୨-୧ରେ ଆଗୁଆ ଥିବା ବେଳେ ଆସନ୍ତାବର୍ଷ ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳାର ୫ମ ଟେଷ୍ଟମ୍ୟାଚ୍‌ ହେବ। ଏକ ସାକ୍ଷାତ୍‌କାରରେ ଗାଙ୍ଗୁଲି କହିଛନ୍ତି, ଆମେ ଚାହୁଁ ଯେ ଏହି ଟେଷ୍ଟ ଶୃଙ୍ଖଳା ସମାପ୍ତ ହେଉ। କାରଣ ଆମେ ୨୦୦୭ ପରେ ଇଂଲଣ୍ଡରେ ଟେଷ୍ଟ ଶୃଙ୍ଖଳା ଜିତିବାକୁ ଲକ୍ଷ୍ୟରଖିଛୁ। ବିସିସିଆଇ ଜାଣେ ଟେଷ୍ଟ କ୍ରିକେଟ୍‌ ସବୁଠାରୁ ବଡ଼ ଫର୍ମାଟ। ଟେଷ୍ଟମ୍ୟାଚ୍‌ ପାଇଁ ଆମେ କୌଣସି ବୁଝାମଣା କରିପାରିବୁ ନାହିଁ। ଯଦି ଇଂଲଣ୍ଡ ଚାହେଁ; ଆସନ୍ତାବର୍ଷ ଜୁଲାଇରେ ଅମେ ଅଧିକ ଦିନିକିଆ କିମ୍ବା ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବାକୁ ପ୍ରସ୍ତୁତ ଅଛୁ। ଆମେ ଚାହୁଁନା ଯେ ଆମ ଯୋଗୁଁ କୌଣସି କ୍ରିକେଟ୍‌ ବୋର୍ଡ ଆର୍ଥିକ କ୍ଷତିସହୁ। କରୋନା ଯୋଗୁଁ ଗତବର୍ଷ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ଭାରତ ଗସ୍ତ ବାତିଲ ହୋଇଯିବାରୁ ଆମେ ୪୦ରୁ ୫୦ ନିୟୁତ ପାଉଣ୍ଡର କ୍ଷତି ସହିଥିଲୁ। ଇଂଲଣ୍ଡ ଏଣ୍ଡ୍‌ ୱେଲ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) କ୍ଷତି ସହୁ ବୋଲି ଆମେ ଆଦୌ ଚାହୁଁନାହୁଁ। ଏକ ସଂଘର୍ଷପୂର୍ଣ୍ଣ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ବାତିଲହେଉ ବୋଲି ଆମେ କଦାପି ଚାହୁଁନଥିଲୁ। ପରିସ୍ଥିତି ଆମକୁ ମ୍ୟାଚ୍‌ ନ ଖେଳିବା ଲାଗି ବାଧ୍ୟ କରିଥିଲା। ସହକାରୀ ଫିଜିଓ ଯୋଗେଶ ପରମାର ମାଚ୍‌ର ଠିକ୍ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ। ସେ ସମସ୍ତ ଭାରତୀୟ ଖେଳାଳିଙ୍କ ଅତି ନିକଟତର ହୋଇଥିଲେ। ଏହାକୁ ନେଇ ଆମେ ଚିନ୍ତିତ ଥିଲୁ। ଦିନକ ତଳେ ଆଇସିସିକୁ ଇସିବି ପତ୍ର ଲେଖିଥିଲା। ଏଥିରେ ଇସିବି ଦାବି କରିଥିଲା ଯେ ଭାରତ ଖେଳିବାକୁ ମନା କରିଥିବାରୁ ଭାରତ ଏହି ମ୍ୟାଚ୍‌ରୁ ଓହରି ଯାଇଥିବା ଘୋଷଣା କରାଯାଉ ଏବଂ ଶୃଙ୍ଖଳା ଫଳାଫଳ ୨-୨ କରାଯାଉ। ଏପରି ହେଲେ ଇସିବି ଏଥିପାଇଁ ବୀମା ରାଶିର ଦାବି କରିପାରିବ। ମ୍ୟାଚ୍‌ ନ ଖେଳାଯିବା ଯୋଗୁଁ ଏହାକୁ ୪୦୭ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। କରୋନା ଯୋଗୁଁ ଏହା ବାତିଲ ହୋଇଥିଲେ ଇସିବିକୁ କୌଣସି କ୍ଷତିପୂରଣ ମିଳିବନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories