www.samajalive.in
Friday, December 5, 2025
20.1 C
Bhubaneswar

ମୋଟରଯାନ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଆରସି

ସମାଜ ଡିଜିଟାଲ ଡେସ୍କ: ମୋଟରଯାନ ନିୟମ ନ ମାନିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ନିୟମ ଉଲ୍ଲଂଘନକାରୀଙ୍କ ଯାନର ଆରସି(ପଞ୍ଜୀକରଣ ପ୍ରମାଣପତ୍ର) ରଦ୍ଦ କରାଯିବ। ବିଶେଷକରି ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନଙ୍କୁ ପରିବହନ ଆୟୁକ୍ତଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ନିୟମ ଉଲ୍ଲଂଘନକାରୀଙ୍କ ତାଲିକା ପ୍ରସ୍ତୁତ କରାଯିବା ପରେ ଗାଡ଼ି ମାଲିକମାନଙ୍କ ନିକଟକୁ ନୋଟିସ ପଠାଯିବ। ପ୍ରତି ଆରଟିଓରେ ଓଟିଏସ ଯୋଜନା ପାଇଁ ସ୍ଵତନ୍ତ୍ର ହେଲ୍ପ ଡେସ୍କ ହେବ। ଏ ନେଇ ଶୁକ୍ରବାର ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories