ସମାଜ ଡିଜିଟାଲ ଡେସ୍କ: ମୋଟରଯାନ ନିୟମ ନ ମାନିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ। ନିୟମ ଉଲ୍ଲଂଘନକାରୀଙ୍କ ଯାନର ଆରସି(ପଞ୍ଜୀକରଣ ପ୍ରମାଣପତ୍ର) ରଦ୍ଦ କରାଯିବ। ବିଶେଷକରି ଅଭ୍ୟାସଗତ ଉଲ୍ଲଂଘନକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ମାନଙ୍କୁ ପରିବହନ ଆୟୁକ୍ତଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ନିୟମ ଉଲ୍ଲଂଘନକାରୀଙ୍କ ତାଲିକା ପ୍ରସ୍ତୁତ କରାଯିବା ପରେ ଗାଡ଼ି ମାଲିକମାନଙ୍କ ନିକଟକୁ ନୋଟିସ ପଠାଯିବ। ପ୍ରତି ଆରଟିଓରେ ଓଟିଏସ ଯୋଜନା ପାଇଁ ସ୍ଵତନ୍ତ୍ର ହେଲ୍ପ ଡେସ୍କ ହେବ। ଏ ନେଇ ଶୁକ୍ରବାର ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି।



