www.samajalive.in
Monday, December 8, 2025
24.1 C
Bhubaneswar

ପୁରୁଣା ମୁଦ୍ରା, ନୋଟ କିଣା ବିକା ନେଇ ସତର୍କ କରାଇଲା ରିଜର୍ଭ ବ୍ୟାଙ୍କ

ମୁମ୍ବଇ: କିଛି ଅସାଧୁ ଲୋକ ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋଗୋ ଏବଂ ନାମକୁ ବ୍ୟବହାର କରି ଅନ୍‍ଲାଇନ ଓ ଅଫଲାଇନରେ ପୁରୁଣା ବ୍ୟାଙ୍କ ନୋଟ ଓ ମୁଦ୍ରା ବିକ୍ରି କରିବା ବିଷୟ ପ୍ରଚାର କରୁଛନ୍ତି। ସେଥିପାଇଁ ସେମାନେ ଜନସାଧାରଣଙ୍କ ନିକଟରୁ ନିର୍ଦ୍ଦିଷ୍ଟ ଦେୟ / କମିଶନ / ଟିକସ ଆକାରରେ ଅର୍ଥ ଦାବି କରୁଛନ୍ତି। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି କିଛି କାର୍ଯ୍ୟକ୍ରମ କରୁନାହିଁ କିମ୍ବା ଏଥିସହିତ ସଂପୃକ୍ତ ନୁହେଁ। ଏହା ମଧ୍ୟ ଏଭଳି କାରବାର ପାଇଁ ଅର୍ଥ ଦାବି କରୁନାହିଁ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଏଥିସହିତ ଆରବିଆଇ ଏଭଳି କାର୍ଯ୍ୟ କରିବାକୁ କାହାକୁ କ୍ଷମତା ବା ସ୍ୱୀକୃତି ଦେଇନଥିବା ମଧ୍ୟ ସ୍ପଷ୍ଟ କରିଛି। ରିଜର୍ଭ ବ୍ୟାଙ୍କ ଏହିଭଳି କାରବାର କାରବାର କରେନାହିଁ ବୋଲି କହିବା ସହିତ ଜନସାଧାରଣ ଏଭଳି ଅସାଧୁ ଲୋକଙ୍କ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି। ଅସାଧୁ ଲୋକମାନେ ଆରବିଆଇ ନାମ ଓ ଲୋଗେ ବ୍ୟବହାର କରି ଜନସାଧାରଣଙ୍କୁ ଠକି ଅସାଧୁ ଉପାୟରେ ଅର୍ଥ ଉପାର୍ଜନ କରୁଥିବା ଆରବିଆଇ କହିଛି। ଜନସାଧରଣ ସେମାନଙ୍କର ଶିକାର ନହେବାକୁ ରିଜର୍ଭ ବ୍ୟାଙ୍କ କହିଛି।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories