ସରକାରଙ୍କ ଅନୁମାନ: ସରକାରୀ ବ୍ୟାଙ୍କରୁ ମିଳିପାରେ ୧.୦୨ ଲକ୍ଷ କୋଟି ଟଙ୍କାର ଲାଭାଂଶ

ନୂଆଦିଲ୍ଲୀ : ଗୁରୁବାର ଅନ୍ତରୀଣ ବଜେଟ ଉପସ୍ଥାପନ ହୋଇଛି । ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ସାର୍ବଜନିକ କ୍ଷେତ୍ରର ଆର୍ଥିକ ସଂସ୍ଥାରୁ ୧.୦୨ ଲକ୍ଷ କୋଟି ଟଙ୍କାର ଲାଭାଂଶ ଆୟର ଅନୁମାନ ରଖିଛନ୍ତି । ସରକାର ଆର୍ଥିକ ବର୍ଷରେ ୪୮ ହଜାର କୋଟି ଟଙ୍କାର ବଜେଟ ଅନୁମାନ ତୁଳନାରେ ୧.୦୪ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରାପ୍ତ କରିବେ ।

 ଚଳିତ ଆର୍ଥିକ ବର୍ଷର ଅନୁମାନ ବଜେଟ ଅନୁମାନଠାରୁ ଅଧିକ ଥିଲା । ଏହାର କାରଣ ରିଜର୍ଭ ବ୍ୟାଙ୍କ ଗତ ବର୍ଷ ମେ ମାସରେ ୮୭, ୪୧୬ କୋଟି ଟଙ୍କାର ଡିବିଡେଣ୍ଡ୍ ଦେଇଥିଲା । ଗତ ବର୍ଷ ସରକାର ଆରବିଆଇ ଏବଂ ସାର୍ବଜନିକ କ୍ଷେତ୍ରର ଆର୍ଥିକ ସଂସ୍ଥାରୁ ୩୯,୯୬୧ କୋଟି ଟଙ୍କାର ପୁଞ୍ଜି ଏକାଠି କରିଥିଲେ । ଏହା ମଧ୍ୟରେ ସରକାର କେନ୍ଦ୍ର ସାର୍ବଜନିକ ଉପକ୍ରମରୁ ଡିଭିଡେଣ୍ଡ୍ ପୈଠ ରୂପେ ୪୩,୦୦୦ କୋଟି ଟଙ୍କା ପାଇବା ନେଇ ଅନୁମାନ ଲଗାଇଛନ୍ତି ।

 ଚଳିତ ଆର୍ଥିକ ବର୍ଷ ସମୟରେ ଅନ୍ୟ ନିବେଶ ମଧ୍ୟ ବୃଦ୍ଧି ପାଇ ୫୦ ହଜାର କୋଟି ଟଙ୍କା ହୋଇଯାଇଛି । ସରକାର ଚଳିତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ, ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ଏବଂ କେନ୍ଦ୍ର ଲୋକ ଉପକ୍ରମରୁ ଲାଭାଂଶ ରୂପେ ୧,୫୪,୪୦୭ କୋଟି ଟଙ୍କା ଜୁଟାଇବା ଅନୁମାନ ରଖିଛନ୍ତି  । ଆଗାମୀ ଆର୍ଥିକ ବର୍ଷ ପାଇ ଏହା ୧.୫୦ ଲକ୍ଷ କୋଟି ଟଙ୍କା ବୋଲି ଅନୁମାନ କରାଯାଇଛି । ଟ୍ୟାକ୍ସ କଲେକ୍ସନରେ ସୁଧାର ବ୍ୟତୀତ, ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାରୁ ମିଳୁଥିବା ଅଧିକ ଲାଭାଂଶରୁ ରାଜକୋଷ ଘାଟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳିବ ।

Comments are closed.