www.samajalive.in
Tuesday, December 9, 2025
16.1 C
Bhubaneswar

ରବିବାର ରାଶିଫଳ

ମେଷ: ପରିସ୍ଥିିତି ଆୟତ୍ତାଧୀନ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିତ୍ତ ପ୍ରସନ୍ନ ରହିବ। ଧାର୍ମିକ ପ୍ରବୃତ୍ତିର ହେବେ। କୋମଳଭାଷୀ ହେବେ। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଭୋଗିବେ। ପ୍ରେମୀ ଓ ସାହସୀ ହେବେ।

ବୃଷ: ପରିଶ୍ରମ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଭାଗ୍ୟଶାଳୀ ହେବେ। ମଧୁର କଥାରେ ଅନ୍ୟକୁ ବଶ କରିପାରନ୍ତି। ସହିବା ଗୁଣ ଆପଣଙ୍କର ଅଛି। ବିଦ୍ୟା ଅର୍ଜନ ପାଇଁ ତତ୍ପର ହେବେ। ଶାନ୍ତିରେ କାର୍ଯ୍ୟ ନିର୍ବାହ କରିବେ।

- Advertisement -

ମିଥୁନ: ବନ୍ଧୁମାନଙ୍କ ସହିତ ଖୁସି ମନାଇ ପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ବୃଦ୍ଧିର ସୂଚନା ମିଳୁଛି। ଧନ ସମ୍ପଦ ଭରପୂର ରହିବ। ଶୁଭକର୍ମ ପାଇଁ ପରିବେଶ ଅନୁକୂଳ ରହିଛି। ନୂଆ ବନ୍ଧୁଙ୍କ ଦ୍ୱାରା ବିଶେଷ ଉପକୃତ ହେବେ।

କର୍କଟ: ସୁସ୍ଥ ମାନସିକତା ନେଇ କାର୍ଯ୍ୟ ସମ୍ପାଦନ କରିବେ। ସାମୟିକ ଭାବେ ପଥରୋଧ ଘଟିପାରେ। ଖର୍ଚ୍ଚାନ୍ତ ହୋଇ ଉପୁଜିଥିବା ଅସୁବିଧା ଦୂର କରିପାରନ୍ତି। ଭାଷା ରୁଚିପୂର୍ଣ୍ଣ ହୋଇପାରେ। ଦୁଃସାହସିକ ପଦକ୍ଷେପ ଓ ଜ୍ଞାନ, ଗରିମାରେ କାର୍ଯ୍ୟ କରିବେ।

ସିଂହ: ବନ୍ଧୁମାନଙ୍କ ସହଯୋଗ ପାଇବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିବେ। ଯଶସ୍ୱୀ ହେବେ। ସରକାରଙ୍କ ପ୍ରିୟ ପାତ୍ର ହେବେ। କରିତ୍‍କର୍ମା ହେବେ।

କନ୍ୟା: ନିଜର ତ୍ରୁଟି ସଂଶୋଧନ କରିବେ। କର୍ତ୍ତବ୍ୟ ପରାୟଣ ହେବେ। ପରିବାରର ମୁଖପାତ୍ର ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ, ସବଳ ହେବେ। ବ୍ୟବସାୟ ଲାଭଜନକ ହେବ। ଦୀନ-ଦରିଦ୍ରଙ୍କ ଦୁଃଖ ଲାଘବ କରିପାରନ୍ତି।

ତୁଳା: ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟାଇ ପାରନ୍ତି। ଭୋଗ-ବିଳାସରେ ସମୟ ଅତିବାହିତ କରିବେ। ସମୃଦ୍ଧିର ଅୟମାରମ୍ଭ ହେବ। ସୁଖଭୋଗ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା: ଠକମାନଙ୍କ ପ୍ରତି ସତର୍କ ରହିବେ। ସ୍ୱାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟରୁ କିଛିଟା ଲାଭ ମିଳିପାରେ। ଧର୍ମମାର୍ଗରେ ମନୋନିବେଶ କରିବେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ଧନୁ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ସମାଜସେବୀ ଭାବେ ପ୍ରତିଷ୍ଠା ଲାଭ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଠାରୁ ସୁପରାମର୍ଶ ପାଇବେ। ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ।

ମକର: ଏକ ଗୁରୁତ୍ୱପୂର୍ଣ୍ଣ ଓ ବୃହତକାର୍ଯ୍ୟ ପାଇଁ ବନ୍ଧୁ ସହଯୋଗ ପାଇବେ। ଶତ୍ରୁନାଶ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ, କିନ୍ତୁ ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କ ରହିବ।

କୁମ୍ଭ: ଚଞ୍ଚଳ ପ୍ରକୃତିର ହେବେ। ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ। ଧର୍ମମତି ହୋଇପାରନ୍ତି। ପୂର୍ବ ସୂଚନା ନ ଥାଇ ହଠାତ୍‍ ଧନଲାଭ ହୋଇପାରେ। ବ୍ୟବସାୟ ଅଧିକ ଲାଭଜନକ ହେବ। କର୍ମକୁ ବ୍ରତ ଭାବେ ପାଳିବେ।

ମୀନ: ଆପଣଙ୍କ ଉଦାର ଭାବ ଜନସାଧାରଣଙ୍କୁ ବିମୋହିତ କରିପାରେ। ଦାନ-ଧର୍ମକୁ ଦୀକ୍ଷା ଭାବେ ଗ୍ରହଣ କରିବେ। ସୁଖୀ ହେବେ। ବିକଶିତ ବ୍ୟକ୍ତିତ୍ୱ ଆପଣଙ୍କୁ ମହାନ୍‍ କରିପାରେ। ସୁସ୍ଥ ଓ ନିରାମୟ ରହିବେ। କୃଷିକାର୍ଯ୍ୟରେ ପାରଙ୍ଗମ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories