www.samajalive.in
Monday, December 8, 2025
27.1 C
Bhubaneswar

ଜାମା ମସଜିଦ୍‍ ଭାଙ୍ଗିଦେବାକୁ ସାକ୍ଷୀ ମହାରାଜଙ୍କ ଆହ୍ୱାନ

ଉନ୍ନଓ(ମଧ୍ୟପ୍ରଦେଶ) : ସବୁବେଳେ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ଶନିବାର ଦିଲ୍ଲୀର ଜାମା ମସଜିଦ୍‍ ଭାଙ୍ଗିଦେବା ପାଇଁ କହିଛନ୍ତି। ଜାମା ମସଜିଦ୍‍ ତଳୁ ଯଦି ହିନ୍ଦୁ ଦେବଦେବୀଙ୍କ ମୂର୍ତ୍ତି ନ ବାହାରିବ; ତେବେ ତାଙ୍କୁ ଫାଶୀ ଦେବା ପାଇଁ ସେ ଆହ୍ୱାନ ଦେଇଛନ୍ତିି। ମସଜିଦ୍‍ର ମାଟି ଓ ପାହାଚ ତଳେ ମୂର୍ତ୍ତି ସବୁ ରହିଥିବା ମହାରାଜ କହିଛନ୍ତି। ମଥୁରା, କାଶୀ, ଅଯୋଧ୍ୟାରେ ଥିବା ମସଜିଦ୍‍ ଓ ଜାମା ମସଜିଦ୍‍ ଭାଙ୍ଗିଦିଅ; ଏହାର ମାଟି ତଳୁ ନିଶ୍ଚୟ ହିନ୍ଦୁ ଦେବତାଙ୍କ ମୂର୍ତ୍ତି ବାହାରିବ ବୋଲି ସେ ଜୋର୍‍ ଦେଇ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଅଯୋଧ୍ୟା ମାମଲା ଫଇସଲା କରିବାରେ ସୁପ୍ରିମକୋର୍ଟ ବିଳମ୍ବ କରୁଥିବାରୁ ଏହାର ସମାଲୋଚନା କରିଛନ୍ତି। ୨୦୧୯ ପୂର୍ବରୁ ଯେମିତି ହେଲେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୬୪୪ରୁ ୧୬୫୬ ମଧ୍ୟରେ ଜାମା ମସଜିଦ୍‍ର ନିର୍ମାଣ ମୋଗଲ ସମ୍ରାଟ ସାହାଜାହନ୍‍ଙ୍କ ସମୟରେ ହୋଇଥିଲା।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories