www.samajalive.in
Tuesday, December 9, 2025
16.1 C
Bhubaneswar

ରବିବାର ରାଶିଫଳ

ମେଷ: ଆବଶ୍ୟକ ସହାୟତା ମିଳିପାରେ। ମୂଲ୍ୟବାନ ଦ୍ରବ୍ୟଲାଭ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ଅର୍ଥ ଓ ସମ୍ମାନ ପ୍ରାପ୍ତ ହେବେ। ଚଞ୍ଚଳ ପ୍ରକୃତିର ହେବେ।

ବୃଷ: କାର୍ଯ୍ୟରେ ଆଗକୁ ବଢ଼ି ପାରନ୍ତି। ସମ୍ମାନିତ ହେବେ। ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

- Advertisement -

ମିଥୁନ: ଯୋଗାଯୋଗରେ ସଫଳତା ମିଳିବ। ଭାଗ୍ୟଶାଳୀ ହୋଇପାରନ୍ତି। ମନପ୍ରସନ୍ନ ରହିବ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ।

କର୍କଟ: ସହକର୍ମୀଙ୍କ ସାହାଯ୍ୟ ପାଇବେ। ଈର୍ଷାପରାୟଣ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଯାନବାହନରେ ସତର୍କ ହେବେ।

ସିଂହ: ଉଦାର ପ୍ରକୃତିର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ମନରେ ସେବା ଭାବ ଜାଗ୍ରତ ହୋଇପାରେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। ବନ୍ଧୁ ସହାୟତା ମିଳିବ।

କନ୍ୟା: କିଛିଟା ପରିବର୍ତ୍ତନ ଘଟିବାର ସମ୍ଭାବନା ଅଛି। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳଶାଳୀ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

ତୁଳା: କୌଣସି ଏକ ବିଶେଷ କାରଣରୁ ଅନିଦ୍ରା ରହିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ପତ୍ନୀଙ୍କ ସହାୟତା ବିଶେଷ ଫଳପ୍ରଦ ହେବ।

ବିଛା: ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନଶୀଳ ହେବେ। ଉତ୍ତମ ବ୍ୟକ୍ତି ଭାବେ ପଦ-ମର୍ଯ୍ୟାଦା ଲାଭ କରିବେ। ସୁସ୍ଥ ରହିବେ। କୃଷି କର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହେବେ।

ଧନୁ: ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ସରଳ ଓ ସ୍ନେହବୋଳା କଥା କହି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ମକର: ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ପାଇବେ। ଅନ୍ୟର ଅନୁରୋଧ ରକ୍ଷା କରି ଅର୍ଥ ସାହାଯ୍ୟ ଦେଇ ପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ବିଭିନ୍ନ ସ୍ତରରୁ ଧନାଗମ ହେବ। ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ।

କୁମ୍ଭ: ସୁଖ ସନ୍ତୋଷ ଲାଭ କରିବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆଶ୍ୱସ୍ତ ହେବେ।

ମୀନ: ଭୋଜନରେ ତୃପ୍ତି ମିଳିବ। ଚଞ୍ଚଳ ସ୍ୱଭାବର ହେବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ମିଷ୍ଟଭାଷୀ ହେବେ। ପର ଉପକାର କରିବାକୁ ଯାଇ ଖର୍ଚ୍ଚାନ୍ତ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ। ସୁଖୀ ହେବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories