ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଣି ଆଜି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଗୁଳିରେ ୩ ଜଣ ମାଓ କ୍ୟାଡରଙ୍କ ମୃତ୍ୟୁ ଘଟିଛି। ପୁଲିସ ବିପୁଳ ପରିମାଣରେ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରିଛି। ସୀମାନ୍ତବର୍ତ୍ତୀ ଛତିଶଗଡର ବିଜାପୁର ଜିଲ୍ଲାର ମିର୍ତୁର୍ ଜଙ୍ଗଲରେ ଆଜି ମାଓବାଦୀଙ୍କ ମେଳିଥିବା ଖବର ପାଇ ଡି.ଆର.ଜି ଜବାନମାନେ କମ୍ବିଂ କରିବାକୁ ଯାଇଥିଲେ। ପୁଲିସ ପହଞ୍ଚିଯିବାର ସୂଚନା ପାଇ ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ଯବାନଙ୍କ ପାଲ୍ଟା ଜବାବରେ ଜଣେ ମହିଳା ସମେତ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ସର୍ଚ୍ଚ ଅପରେସନ୍ କରି ମାଓ କ୍ୟାମ୍ପକୁ ଧ୍ୱଂସ କରିଛି। ପୁଲିସ ସହ ମୁକାବିଲା କରିନପାରି ମାଓବାଦୀମାନେ ଶିବିର ଛାଡି ଚାଲି ଯାଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ବିସ୍ଫୋରକ ଓ ବନ୍ଧୁକ ଜବତ୍ କରାଯାଇଥିବା ଆଇ.ଜି ବୀବେକାନନ୍ଦ ସିହ୍ନା ସୂଚନା ଦେଇଛନ୍ତି। ତେବେ ଏହି ଘଟଣରେ ଅନ୍ୟ କିଛି ମାଓବାଦୀ ମୃତା ହତ ହୋଇ ପାରିଥାନ୍ତି ବୋଲି ପୁଲିସ ଆଶଙ୍କା କରିଛି।
Popular Categories


