କଟକ: ଓଡ଼ିଶା ହାଇକୋର୍ଟ ସମେତ ରାଜ୍ୟର ବିଭିନ୍ନ ଅଦାଲତରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଚଳିତ ବର୍ଷର ଏହି ପ୍ରଥମ ଲୋକ ଅଦାଲତ ପାଇଁ ୫୫ ହଜାରରୁ ଊର୍ଦ୍ଧ୍ବ ମାମଲା ଫଇସଲା ପାଇଁ ତାଲିକାଭୁକ୍ତ ହୋଇଛି। ଓଡ଼ିଶା ହାଇକୋର୍ଟରେ ଲୋକ ଅଦାଲତ ପାଇଁ ୮ ଶହରୁ ଊର୍ଦ୍ଧ୍ବ ମାମଲା ତାଲିକାଭୁକ୍ତ ହୋଇଥିବାବେଳେ ଆସନ୍ତାକାଲି ୬ ଜଣ ବିଚାରପତି ମାମଲାଗୁଡ଼ିକର ଶୁଣାଣି କରିବେ। ଜମିଜମା ବିବାଦ, ପାରିବାରିକ ଓ ବ୍ୟାଙ୍କ୍ ଋଣ ବିବାଦ, ଦୁର୍ଘଟଣାଜନିତ ବିଭିନ୍ନ କିସମର ମାମଲା ତାଲିକାଭୁକ୍ତ ହୋଇଥିବା କଟକସ୍ଥିତ ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି।
Popular Categories



