www.samajalive.in
Tuesday, December 9, 2025
17.1 C
Bhubaneswar

୯ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ଏସଟିପିଆଇ ସେଣ୍ଟର ପାଇଁ ୩ ଏକର ଜାଗା ଦେବେ ସରକାର

ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ରିପୋର୍ଟ, ଓଡ଼ିଶା ସିଭିଲ ସର୍ଭିସ ସଂଶୋଧନ ରୁଲ୍‌ ଏବଂ ଓଡ଼ିଶା ଖଣି ନିଗମର  ଦୀର୍ଘ ମିଆଦି ଲିଙ୍କେଜକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ରାଜ୍ୟର ଯେକୌଣସି ସ୍ଥାନରେ ଏସଟିପିଆଇ(ସଫ୍ଟୱେର ଟେକ୍ନୋଲୋଜି ପାର୍କ୍ସ ଅଫ ଇଣ୍ଡିଆ) ସେଣ୍ଟର ପ୍ରତିଷ୍ଠା ନିମନ୍ତେ ସରକାର ୩ ଏକର ପର୍ଯ୍ୟନ୍ତ ସରକାରୀ ଜମି ବିନା ପ୍ରିମିୟମ ଏବଂ ବିନା ଆନୁସଙ୍ଗିକ ମୂଲ୍ୟରେ ଲିଜ୍‌ ସୂତ୍ରରେ ଯୋଗାଇ ଦେବେ। ଏଥିପାଇଁ ଏସଟିପିଆଇ କର୍ତ୍ତୃପକ୍ଷଙ୍କୁ ବାର୍ଷିକ ଜମିର ବଜାର ଦରର ୧% ହିସାବରେ ଖଜଣା ଏବଂ ବାର୍ଷିକ ଖଜଣାର ୭୫% ସେସ୍‌ ଦେବାକୁ ପଡ଼ିବ। ସେହିପରି ଚାକିରିରେ ଥିବା ସମୟରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ଥଇଥାନ ବ୍ୟବସ୍ଥା କରାଯାଇଛି। ଥଇଥାନ ସ୍ବରୂପ ସମ୍ପୃକ୍ତ କର୍ମଚାରୀଙ୍କ ପରିବାର ଲୋକଙ୍କୁ ୩ୟ ଏବଂ ୪ର୍ଥ ଶ୍ରେଣୀ ପଦବୀରେ ଚାକିରି ପ୍ରଦାନ କରାଯିବ। ପ୍ରଚଳିତ ନିୟମ ଅନୁସାରେ ୩ୟ ଏବଂ ୪ର୍ଥ ଶ୍ରେଣୀ ମୂଳ ପଦବୀରେ ଖାଲି ଥିବା ୧୦ ପ୍ରତିଶତ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାର ବ୍ୟବସ୍ଥା ରହିଛି। ଫଳରେ ବହୁ ଆବେଦନକାରୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଚଳିତ ୧୦ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ସୁନ୍ଦରଗଡ଼ ଜିଲାର ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଜିଲାର କୁଆରମୁଣ୍ଡା ଏବଂ ନୂଆଗାଁ ବ୍ଲକ ଅନ୍ତର୍ଗତ ୩୮ଟି ପଞ୍ଚାୟତ ଅଧୀନ ୨୧୯ ଗ୍ରାମକୁ ବିଶୁଦ୍ଧ ଜଳ ଯୋଗାଇଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଖଣି ଦ୍ବାରା ଏହି ଗ୍ରାମଗୁଡ଼ିକର ଭୂତଳ ଜଳ ପ୍ରଭାବିତ ହୋଇଛି। ଠାଣେର ଭୋଲଟାସ ଲିମିଟେଡ କମ୍ପାନୀକୁ ଏହି ପ୍ରକଳ୍ପ କାର୍ଯ୍ୟ ଦିଆଯାଇଛି। ଏଥିପାଇଁ ୩୪୦ କୋଟି ୩୯ ଲକ୍ଷ ବ୍ୟୟ ଅଟକଳ ହୋଇଛି। ୨ ବର୍ଷ ଭିତରେ ଏହାର ନିର୍ମାଣ ଶେଷ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories