www.samajalive.in
Wednesday, December 10, 2025
18.1 C
Bhubaneswar

ବୁଧବାର ରାଶିଫଳ

ମେଷ: ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ଆତ୍ମ ସଂଯମୀ ହେବେ। ଅଧିକାଂଶ ସମୟ ଅଧ୍ୟୟନରତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ମଧ୍ୟମ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବୃଷ: ଦେବ ଦର୍ଶନରେ ଶାନ୍ତି ମିଳିବ। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସ୍ବାସ୍ଥ୍ୟ ହାନିର ଆଶଙ୍କା ଅଛି। କୃଷିଜାତ ଦ୍ରବ୍ୟରୁ ଲାଭବାନ୍‌ ହେବେ। ସୁଖରେ ଦିନଟି କଟିବ।

- Advertisement -

ମିଥୁନ: ଚିନ୍ତା ଦୂରୀଭୂତ ହେବ। ମନୋବଳ ଦୃଢ଼ ରହିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ଅଶାନ୍ତିର ଉପଶମ ହେବ। ସରକାରୀ ଲାଭ ମିଳିବ।

କର୍କଟ: ଲୋଭର ବଶବର୍ତ୍ତୀ ହେଲେ ଅସୁବିଧାରେ ପଡ଼ିପାରନ୍ତି। ବିଷାଦଗ୍ରସ୍ତ ହୋଇପାରନ୍ତି। ଧନାଗମର ସୂଚନା ମିଳୁଛି। ଚଞ୍ଚଳମନା ହେବେ। ସହିଷ୍ଣୁ ଓ ରୂପବାନ୍‌ ହୋଇପାରନ୍ତି। ତ୍ୟାଗପୂତ ଜୀବନ ନିର୍ବାହ କରିବେ।

ସିଂହ: ପରିବେଶ ସୁଖକର ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ପେଟପୂରା ଉତ୍ତମ ଭୋଜନ ମିଳିବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ମିଳିବେ।

କନ୍ୟା: ମନରେ ଉପୁଜି ଥିବା ଉଦ୍‌ବେଗ ଦୂରେଇ ଯିବା ଆଶାବାଦୀ ହୋଇପାରନ୍ତି। ବାଦ-ବିବାଦର ସମ୍ମୁଖୀନ ହେବେ। ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରପେକ୍ଷ ରହିବା ଭଲ। ସୁଭାଷୀ ହେବେ। ବିଶ୍ବାସୀ ହେବେ।

ତୁଳା: ଦୁର୍ଘଟଣାରୁ ରକ୍ଷା ପାଇଯିବେ। ବିଭିନ୍ନ ଦିଗରୁ ଧନଲାଭର ସୂଚନା ମିଳୁଛି। ଲୋକପ୍ରିୟତା ଅର୍ଜନ କରିବେ। ବ୍ୟବସାୟରେ ଲାଭବାନ୍‌ ହେବେ। ସୁ-ସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହେବେ।

ବିଛା: ନୂତନ ଦାୟିତ୍ବ ବହନ କରି ଖୁସି ହୋଇପାରନ୍ତି। ଆପଣଙ୍କ ଶ୍ରମ ସାର୍ଥକ ହେବ। ଶୁଭ ଖବର ପାଇ ଆନନ୍ଦ ଲାଭ କରିବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

ଧନୁ: ଇଚ୍ଛା ଅନୁସାରେ ଫଳପ୍ରାପ୍ତ ହୋଇପାରନ୍ତି। ସତ୍‌ସଙ୍ଗରେ ଯୋଗଦାନ କରି ଆତ୍ମତୃପ୍ତି ଲାଭ କରିବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହୋଇପାରନ୍ତି। କ୍ଷମତାର ଅଭିବୃଦ୍ଧି ଘଟିବ ଓ ତା’ର ସତ୍‌ବ୍ୟବହାର କରିବେ। ବିବାଦରେ ବିଜୟୀ ହେବେ।

ମକର: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଅଯଥା ବିବାଦରେ ଛନ୍ଦି ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।

କୁମ୍ଭ: ଆଜିର କାର୍ଯ୍ୟ ଆଜି କଲେ ଅବଶ୍ୟ ସଫଳତା ମିଳିବ। ଉତ୍ତମ ମିତ୍ରର ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ।

ମୀନ: ମନୋବଳ ଦୃଢ଼ ରହିବ। କ୍ରୋଧିତ ଅବସ୍ଥାରେ ଶତ୍ରୁ ଉପରେ ଆକ୍ରମଣ କରି ବିଜୟୀ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଋଣ ପରିଶୋଧ କରିପାରନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories