www.samajalive.in
Sunday, December 7, 2025
26.1 C
Bhubaneswar

ଛଅ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ମାଆଙ୍କୁ ଆକ୍ରମଣ, ବାପ-ପୁଅ କୋର୍ଟ ଚାଲାଣ

ଲାଞ୍ଜିଗଡ଼ : ଛଅ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ପୀଡ଼ିତାର ମାଆଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ଓ ତା’ର ବାପାଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଜଣେ ଛଅ ବର୍ଷ ବୟସର ନାବାଳିକାକୁ ଜଣେ ଯୁବକ ପିଜୁଳି ତୋଳି ଦେବା ବାହାନାରେ ଦୁଷ୍କର୍ମ କରିଥିବାବେଳେ ତା’ର ମାଆ ପ୍ରତିବାଦ କରିବାରୁ ଅଭିଯୁକ୍ତ ଯୁବକ ଓ ତା’ର ବାପା ନାବାଳିକାର ମାଆଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ଲାଞ୍ଜିଗଡ଼ ପୁଲିସ ପୀଡ଼ିତାର ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ଓ ତା’ର ବାପାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି। ରବିବାର ସକାଳେ ପୀଡ଼ିତାର ମାଆ ତାଙ୍କ କ୍ଷେତରେ କାମ କରୁଥିବା ବେଳେ ତାଙ୍କ ପାଖକୁ ସେ ଚାଲିଚାଲି ଯାଉଥିଲା। ଘରଠାରୁ କ୍ଷେତ ଟିକେ ଦୂରରେ ଥିବାବେଳେ ଯିବା ବାଟରେ ଗୋପୀନାଥପୁର ଗଁାର ନୀଳାମ୍ବର ହରିଜନ(୨୨) ତାକୁ ଚାଲ ମୁଁ ତୋ ମାଆ ପାଖକୁ ନେଇଯିବି ବୋଲି କହିଥିଲା। ନିଜର ପରିଚିତ ଥିବାରୁ ନାବାଳିକା ତା’ ସହ ଯାଇଥିଲା। ଅଧାବାଟରେ ନୀଳାମ୍ବର ତାକୁ ଚାଲ୍‍ ପିଜୁଳି ତୋଳିଦେବି, ତା’ ପରେ ତୋ ମାଆ ପାଖକୁ ଯିବା ବୋଲି କହିବା ସହ ପିଜୁଳି ତୋଳିଦେବା ବାହାନାରେ ନିଛାଟିଆ ଦେଖି ନିଜର ପାଶବିକତା ଜାହିର କରିଥିଲା। ଏହି ସମୟରେ ଯନ୍ତ୍ରଣାରେ ଚିତ୍କାର କରିବା ସହ ନାବାଳିକା ଜଣକ କାନ୍ଦି କାନ୍ଦି ଘରକୁ ପଳାଇ ଆସିଥିଲା। ଘରେ ଥିବା ତା’ର ଭାଇ ଭଉଣୀର କାନ୍ଦ ଦେଖି କିଛି ବୁଝିନପାରି ମାଆକୁ ଡାକି ଆଣିଥିଲା। ପୀଡ଼ିତାର ମାଆ ଝିଅର ଏ ଅବସ୍ଥା ଦେଖି ନୀଳାମ୍ବରକୁ ପଚାରିବାକୁ ଗଲାବେଳେ ନୀଳାମ୍ବର ଓ ତା’ର ବାପା ସାଧନ ହରିଜନ(୬୦) ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ମାମଲା ରୁଜୁ କରି ଅଭିଯୁକ୍ତ ଓ ତା’ର ବାପାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି। ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀଙ୍କ ସହଯୋଗରେ ପୀଡ଼ିତାର ବୟାନ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ଡାକ୍ତରୀ ମାଇନା କରାଯାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋଜ ମହନ୍ତଙ୍କ ନେତୃତ୍ୱରେ ସାଇଣ୍ଟିଫିକ୍‍ ଦଳ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରୁଥିବା ଜଣାପଡ଼ିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories