www.samajalive.in
Friday, December 12, 2025
19.1 C
Bhubaneswar

ପ୍ରତି ମାସର ୩୦% ଦରମା ଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବର୍ଷକ ଦରମାର ୩୦ ପ୍ରତିଶତ କରୋନା ମୁକାବିଲା ପାଇଁ ଦାନ କରିଛନ୍ତି। ଏଥିସହିତ ଭ୍ରମଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବର୍ଷକ ପର୍ଯ୍ୟନ୍ତ କାଟଛାଣ୍ଟ କରିଛନ୍ତି। ଗତ ମାର୍ଚ୍ଚରେ ସେ ଗୋଟିଏ ମାସ ଦରମା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ପିଏମ୍‌ କେୟାର୍ସ ପାଣ୍ଠିକୁ ଦାନ କରିଥିଲେ। ଗୁରୁବାର ସେ ଘୋଷଣା କରିଛନ୍ତି ଯେ ବର୍ଷ ବ୍ୟାପୀ ପ୍ରତି ମାସ ଦରମାର ୩୦ପ୍ରତିଶତ ଏହି ପାଣ୍ଠିକୁ ଦେବେ। ରାଷ୍ଟ୍ରପତି ଭବନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କାର୍ଯ୍ୟାଳୟରେ ଖର୍ଚ୍ଚକାଟ କରିବାକୁ ମଧ୍ୟ କୋବିନ୍ଦ ନିର୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭବନରେ ଆୟୋଜିତ ହେଉଥିବା ଉତ୍ସବାନୁଷ୍ଠାନରେ ମଧ୍ୟ ଖର୍ଚ୍ଚ କାଟ ହେବ। ଏହାଦ୍ବାରା ଭବନର ଖର୍ଚ୍ଚ ଅଟକଳରୁ ୨୦ପ୍ରତିଶତ ବଞ୍ଚାଇବା ପ୍ରୟାସ କରାଯାଉଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories