ଡେସ୍କ: ଆଜି ଲଗାତାର ଦ୍ୱିତୀୟ ଦିନ ଅଯୋଧ୍ୟାରେ ନୂତନ ଭାବେ ନିର୍ମିତ ରାମ ମନ୍ଦିରରେ ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଲାଗି ରହିଛି । ସକାଳ ଠାରୁ ରାମ ମନ୍ଦିରର ମୁଖ୍ୟ ଦ୍ୱାରରେ ଭକ୍ତମାନଙ୍କର ସମାବେଶ ବୃଦ୍ଧି ପାଉଛି। ଗତକାଲି ପ୍ରାୟ ପାଞ୍ଚ ଲକ୍ଷ ଭକ୍ତ ମନ୍ଦିର ପରିଦର୍ଶନ କରି ପୂଜା କରିଥିଲେ। ଉତ୍ତରପ୍ରଦେଶ ଆଇନ ଶୃଙ୍ଖଳା ମହାନିର୍ଦେଶକ ପ୍ରଶାନ୍ତ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ଭିତରେ ଓ ବାହାରେ ପ୍ରାୟ ୮ ହଜାର ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସଂଯମତା ବଜାୟ ରଖିବାକୁ ସେ ଭକ୍ତମାନଙ୍କୁ ନିବେଦନ କରିଛନ୍ତି।
ଗଣତନ୍ତ୍ର ଦିବସ ପ୍ୟାରେଡ଼ରେ ଝଲସିବ ଡିଆରଡିଓର ମହିଳା ଶକ୍ତି ଆଧାରିତ ପ୍ରଜ୍ଞାପନ ମେଢ଼
ଅନ୍ୟପକ୍ଷରେ ଭକ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ମନ୍ଦିରରେ ଦର୍ଶନ ସମୟ ସନ୍ଧ୍ୟା ୭ଟାରୁ ୧୦ଟାକୁ ବୃଦ୍ଧି କରାଯାଇଛି।



