ନୂଆଦିଲ୍ଲୀ : କରୋନା ରୋଗର ନିରାକରଣ ନିମନ୍ତେ ସତର୍କତା ପଦକ୍ଷେପ ନେବାକୁ ବିଜେଡ଼ି ପକ୍ଷରୁ ସଂସଦରେ ସାତଟି ପ୍ରସ୍ତାବ ଦିଆଯାଇଛି।
ବ୍ୟାଙ୍କ ଏଟିଏମ ଗୁଡ଼ିକ ସାନିଟାଇଜେସନ, ସାମାଜିକ ଦୂରତା, ପରୀକ୍ଷଣ କେନ୍ଦ୍ର କ୍ଷମତା ବୃଦ୍ଧି, ଜିଲାସ୍ତରରେ ଡାକ୍ତର ଓ ଚିକିତ୍ସାକାରୀ ଦଳ ପାଇଁ ପିପି ସୁଟ ଉପଲବ୍ଧ କରାଇବା, ଏୟାରପୋର୍ଟ ଡୋମେଷ୍ଟିକ ଆରାଇଭାଲରେ କରୋନା ସ୍କ୍ରିନିଂ ବ୍ୟବସ୍ଥା କରିବା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ଧୋଇ ବିଧାୟକଙ୍କୁ ଦେଇଥିବା ସଚେତନାତା ବାର୍ତ୍ତା ଭଳି ସାଂସଦଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବା ନିମନ୍ତେ ରାଜ୍ୟସଭାରେ ସାଂସଦ ଡକ୍ଟର ସସ୍ମିତ ପାତ୍ର ବିଜେଡ଼ି ତରଫରୁ ପ୍ରସ୍ତାବ ଦେଇଥିଲେ। ସାମାଜିକ ଦୂରତା ଦ୍ୱାରା ଦିନ ମଜୁରିଆ ଓ ଖଟିଖିଆ ଶ୍ରେଣୀର ଲୋକଙ୍କ ରୋଜଗାର ପ୍ରଭାବିତ ହେବାର ସମ୍ଭାବନା ରହିଥିବା କେନ୍ଦ୍ର ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ସାଂସଦ ସସ୍ମିତ ପାତ୍ର ନିବେଦନ କରିଥିଲେ।



