ଚଣ୍ଡୀଗଡ଼: ହରିୟାଣାରେ ନିର୍ବାଚନ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଜେପିର ପ୍ରଚାର କାର୍ଯ୍ୟକ୍ରମରେ ରବିବାର ସାମିଲ ହୋଇଛନ୍ତି। ହରିୟାଣାର କରନାଲ ଅଞ୍ଚଳରେ ଆୟୋଜିତ ଜନସଭାରେ ଯୋଗଦେଇ ରାଜନାଥ କଂଗ୍ରେସ ଏବଂ ଆଇଏନଏଲଡି ଉପରେ ପ୍ରବଳ ବର୍ଷିଥିଲେ। ରାଫେଲ ଯୁଦ୍ଧ ବିମାନରେ ଓଁ ଲେଖିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏହି ଅବସରରେ ସେ ବାଲାକୋଟ ଆକ୍ରମଣ କଥା ମନେପକାଇ କହିଥିଲେ ଯେ, ଯଦି ଆମ ନିକଟରେ ରାଫେଲ ଯୁଦ୍ଧ ବିମାନ ଥାନ୍ତା, ତେବେ ମୋତେ ଲାଗୁନି ଯେ ଆମକୁ ବାଲାକୋଟରେ ଆକ୍ରମଣ କରିବା ପାଇଁ ପାକିସ୍ତାନ ଯିବାର ଆବଶ୍ୟକତା ପଡ଼ି ନ ଥାନ୍ତା। ଆମେ ଭାରତରେ ରହି ସେଠାକାର ଆତଙ୍କୀ ଶିବିରକୁ ଧ୍ଵଂସ କରିପାରିଥାନ୍ତେ। ସୂଚନାଯୋଗ୍ୟ, ଦଶହରା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଯାଇ ରାଫେଲ ଯୁଦ୍ଧ ବିମାନ ଆଣିଥିଲେ। ତେବେ ବିମାନ ଆଣିବା ପୂର୍ବରୁ ସେ ସେଠାରେ ତାହାକୁ ପୂଜାର୍ଚ୍ଚନା କରିବା ସହିତ ବିମାନରେ ଓଁ ଲେଖିଥିଲେ। ଏହାକୁ ନେଇ ବିବଦା ସୃଷ୍ଟି ହେବା ସହିତ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିଲେ।
ରାଫେଲ ଥିଲେ ବାଲାକୋଟ ଆକ୍ରମଣ ପାଇଁ ପାକିସ୍ତାନ ଯିବାକୁ ପଡ଼ି ନ ଥାନ୍ତା: ରାଜନାଥ
Popular Categories



