www.samajalive.in
Monday, December 8, 2025
27.1 C
Bhubaneswar

ରାଜୀବଙ୍କ ହତ୍ୟାକାରୀଙ୍କ ମୁକ୍ତି ପାଇଁ ସୁପାରିସ ହୋଇ ନାହିଁ: ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଥିବା ନେଇ ଗଣମାଧ୍ୟମରେ ପ୍ରସାରିତ ଖବରକୁ ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ୍‍ ପୁରୋହିତ ଶନିବାର ଖଣ୍ଡନ କରିଛନ୍ତି। ରାଜ୍ୟପାଳଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା ଉପରେ ସାମ୍ବିଧାନିକ, ପ୍ରଶାସନିକ ଏବଂ ଆଇନଗତ ପ୍ରସଙ୍ଗର ତର୍ଜମା କରିବା ଆବଶ୍ୟକତା ରହିଛି। ଏ ସମ୍ବନ୍ଧରେ ସାମ୍ବିଧାନିକ ନୀତିନିୟମ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି ରାଜଭବନର ଯୁଗ୍ମ ନିର୍ଦେଶକ (ଲୋକସମ୍ପର୍କ) ଏକ ବିବୃତିରେ ପ୍ରକାଶ କରିଛନ୍ତି। ଉଲ୍ଲେଖ ଯେ ରାଜୀବଙ୍କ ହତ୍ୟା ମାମଲାର ୭ଜଣ ଦୋଷୀ ଏବେ ଆଜୀବନ କାରାଦଣ୍ଡାଦେଶ କାଟୁଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories