ନୂଆଦିଲ୍ଲୀ: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ରାଜେନ୍ଦ୍ର ଜେନା ଅନୁଷ୍ଠାନର ସମ୍ବିଧାନ ଧାରା ୬ ଅନୁଯାୟୀ ରାଷ୍ଟ୍ରୀୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର ଅନ୍ୟାଦେଶ ପର୍ଯ୍ୟନ୍ତ ତାଙ୍କୁ ରାଷ୍ଟ୍ରୀୟ ସମ୍ପାଦକ ପଦରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ନିରଞ୍ଜନ ରଥଙ୍କ ପରଲୋକ ଯୋଗୁଁଁ ଲୋକସେବକ ମଣ୍ଡଳର ଏହି ପଦ ଖାଲି ପଡ଼ିଥିଲା। ସମ୍ପ୍ରତି ଶ୍ରୀ ଜେନା ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’ ଏବଂ ମାସିକ ସାହିତ୍ୟ ପତ୍ରିକା ‘ଗୋପବନ୍ଧୁଙ୍କ ସତ୍ୟବାଦୀ’ର ମୁଦ୍ରାକର ଓ ପ୍ରକାଶକ ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଥିସହ ‘ସମାଜ’ ରିଲିଫ କମିଟିର ସମ୍ପାଦକ ଓ ଆଠଗଡର ମାଧପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମ୍ସାର)ର ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।
Popular Categories



