www.samajalive.in
Thursday, December 11, 2025
23.1 C
Bhubaneswar

ଟ୍ରଫ୍‌ ଲାଇନ୍ ଦୁର୍ବଳ ; ୨୯ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ଦୁର୍ବଳ ହେବା କାରଣରୁ ରାଜ୍ୟରେ ମୌସୁମି ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ବର୍ତ୍ତମାନ ବର୍ଷାର ସମ୍ଭାବନା ନଥିବା ବେଳେ ଏଥିପାଇଁ ଆହୁରି ଚାରିଦିନ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ହିମାଳୟ ପର୍ବତମାଳା ଉପରେ ଟ୍ରଫ୍‌ ଲାଇନ୍ ରହିଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଟ୍ରଫ୍ ଲାଇନ୍ ସ୍ବାଭାବିକ ଅବସ୍ଥାରେ ରହିଲେ ମୌସୁମି ସକ୍ରିୟ ହୋଇ ବର୍ଷା ହୋଇଥାଏ। କିନ୍ତୁ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଛତିଶଗଡ଼ରେ ପହଞ୍ଚିବା ସହ ଟ୍ରଫ୍‌ ଲାଇନ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୨୮ ତାରିଖରେ ବଙ୍ଗୋପସଗାରରେ ପୁଣି ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୯ ଓ ୩୦ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ନବରଙ୍ଗପୁର, ବଲାଙ୍ଗୀର, କଳହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ ଏବଂ କଟକରେ ବର୍ଷାର ସମ୍ଭାବନା ରହିଛି। ବର୍ଷା ହେଉ ନଥିଲେ ବି ଗତ ତିନି ଦିନ ହେଲା ତାପାମାତ୍ରା ୪୦ଂ ମଧ୍ୟରେ ସିମୀତ ରହୁଛି। ଆଜି ଚାଳଚେରାରେ ସର୍ବାଧିକ ତାପମାତ୍ରା ୩୯.୦ଂ ରହିଥିବା ବେଳେ ସମ୍ବଲପୁର ଓ ଭବାନୀପାଟଣାରେ ପାରଦ ୩୮.୫ଂରେ ରହିଥିଲା। ସେହିପରି ଚାନ୍ଦବାଲିରେ ୩୮.୨ଂ, ଅନୁଗୋଳରେ ୩୮.୧ଂ, ଝାରସୁଗୁଡ଼ାରେ ୩୮ଂ, ସୋନପୁରରେ ୩୭.୮ଂ, ବଲାଙ୍ଗୀରରେ ୩୭.୫ଂ, କଟକରେ ୩୫.୫ଂ, ଭୁବନେଶ୍ବରରେ ୩୫.୩ଂ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ କୋରାପୁଟରେ ୧୫.୪ ମିଲି ମିଟର ବର୍ଷା ହୋଇଛି।
୨୯ରେ

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories