www.samajalive.in
Sunday, December 7, 2025
23.1 C
Bhubaneswar

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ : ଏଣିକି ଯାତ୍ରା କରିବେ ୧୭ଶହରୁ ଅଧିକ ଶ୍ରମଜୀବୀ

ନୂଆଦିଲ୍ଲୀ :  ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଏଣିକି ୧୭ଶହରୁ ଅଧିକ ଶ୍ରମଜୀବୀ ଯାତ୍ରା କରିପାରିବେ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ପୂର୍ବରୁ ଏହି ଟ୍ରେନରେ ୧୨ଶହ ଯାତ୍ରୀ ଯାତ୍ରା କରୁଥିଲେ ।
ଏବେ ଟ୍ରେନ ଗୁଡିକରେ ଥିବା ବର୍ଥ ଓ ସ୍ଲିପର ସିଟ୍‍ ସଂଖ୍ୟା ସହ ଯାତ୍ରୀଙ୍କ ସଂଖ୍ୟା ସମାନ ରହିବ। ଅନ୍ତିମ ରହଣୀ ସ୍ଥଳ ବ୍ୟତୀତ ଯାତ୍ରା କରୁଥିବା ରାଜ୍ୟର
ଆଉ ତିନୋଟି ସ୍ଥାନରେ ଏହି ଟ୍ରେନ ରହିବ

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ପ୍ରତ୍ୟେକ କୋଚରେ ୭୨ ଯାତ୍ରୀ ପରିବହନ କରିବାର କ୍ଷମତା ଥିବା ୨୪ଟି କୋଚ୍ ଅଛି। ସମ୍ପ୍ରତି, ସାମାଜିକ ଦୂରତା ନିୟମ ଯୋଗୁଁ ଏହି ଟ୍ରେନ୍ ପ୍ରତ୍ୟେକ କୋଚରେ ୫୪ ଯାତ୍ରୀଙ୍କ ସହିତ ଚାଲୁଛି। ୧ ମଇରୁ ଏପର୍ଯ୍ୟନ୍ତ ଭାରତୀୟ ରେଳବାଇ ୫ ଲକ୍ଷରୁ ଅଧିକ ଯାତ୍ରୀଙ୍କୁ ନେଇ ଚଳାଚଳ କରିଛି ।

- Advertisement -

ଭାରତୀୟ ରେଳବାଇ ଦ୍ୱାରା ସୋମବାର ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟରୁ ମୋଟ ୪୬୮ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି । ୩୬୩ଟି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି ​​ଏବଂ ୧୦୫ ଟି ଟ୍ରେନ୍ ଯାତ୍ରା କରୁଛି । ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାଗଣା ଭୋଜନ ଏବଂ ପାଣି ଦିଆଯାଉଛି । ସ୍ୱତନ୍ତ୍ର ଟ୍ରେନ୍ ଦ୍ୱାରା ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ର ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଯାତାୟାତ ସମ୍ପର୍କରେ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଭାରତୀୟ ରେଳବାଇ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି।।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories