www.samajalive.in
Wednesday, December 10, 2025
26.1 C
Bhubaneswar

ରେଳ ବିଭାଗ ଟ୍ରେନରେ ମାଲିସ ଯୋଜନାକୁ ବନ୍ଦ କଲା

ନୂଆଦିଲ୍ଲୀ . – କିଛି ଦିନ ତଳେ ରେଳ ବିଭାଗ ଟ୍ରେନମାନଙ୍କରେ ତେଲମାଲିସ ବା ମସାଜ୍‌ ସୁବିଧା ମିଳିବ ବୋଲି ଘୋଷଣା କରିଥିଲା । ହେଲେ ଏବେ ଏଥିରୁ ଓହରି ଯାଇଥିବା କଥା ଘୋଷଣା କରିଛି । ଶନିବାରରେ ଏହି ଘୋଷଣାକୁ ରଦ୍ଦ କରିଦିଆଯାଇଛି । ଇନ୍ଦୋର ନବ ନିର୍ବାଚିତ ବିଜେପି ସାସଂଦ ଶଙ୍କର ଲାଲବାନୀ ଏହାକୁ ନେଇ ଆପତ୍ତି ଉଠାଇବା ସହ ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ପତ୍ର ଲେଖିଥିଲେ । ମହିଳାଯାତ୍ରୀଙ୍କ ଉପସ୍ଥିତିରେ କିପରି ଜଣଙ୍କୁ ମାଲିସ୍‌ କରାଯାଇ ପାରିବ , ଏହା ଭାରତୀୟ ସଂସ୍କୃତିର ବିରୁଦ୍ଧ ବୋଲି ଅଭିଯୋଗ କରିଥିଲେ ।

ଏହାପରେ ଇନ୍ଦୋରରୁ ଆରମ୍ଭ ହେବାକୁଥିବା ମାଲିସ ଯୋଜନାକୁ ରଦ୍ଦ କରି ଦିଆଯାଇଛି । ଇନ୍ଦୋରରୁ ଚାଲୁଥିବା ୩୯ଟି ଟ୍ରେନରେ ଏହି ଯୋଜନାକୁ ଆରମ୍ଭ କରାଯାଇଥାଆନ୍ତା ।ଏଥିରେ ରେଳ ବିଭାଗର ବ୍ୟବସାୟରେ ବୃଦ୍ଧି ହେବ ବୋଲି ରେଳ ବିଭାଗର ଅଧିକାରୀ ସୂଚନା ଦେଇଥିଲେ । ମାତ୍ର ରେଳରେ ମହିଳାଯାତ୍ରୀଙ୍କ ଉପସ୍ଥିତିରେ ଅନ୍ୟ ଯାତ୍ରୀଙ୍କୁ କିପରି ତେଲମାଲିସ କରାଯାଇ ପାରିବ ବୋଲି ବିଜେରି ସାସଂଦ ଶଙ୍କର ଲାଲବାନୀ ଆପତ୍ତି ଉଠାଇଥିଲେ । ଟ୍ରେନ୍‌ରେ ଡାକ୍ତରୀ ସୁବିଧା ଓ ଅନ୍ୟ ସୁବିଧା ପ୍ରଦାନ ନ କରି ଏପରି ସ୍ତରହୀନ ସୁବିଧା ଦେବାକୁ କିପରି ବିଚାର କରାଯାଉଛି ବୋଲି ସେ ପତ୍ରରେ ଉଲ୍ଲେଖ କରିଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories