www.samajalive.in
Monday, December 8, 2025
14.1 C
Bhubaneswar

ଚିିକିତ୍ସାରେ ଅର୍ଥ ସାଜିଛି ବାଧକ, ରୋଗରେ ଛଟପଟ ରାମେସୀ

ରାଇକିଆ: ଅର୍ଥ ଅଭାବରୁ ଘରେ ପଡ଼ି ରହିଛନ୍ତି‌ ରୋଗଗ୍ରସ୍ତ ମହିଳା। ଏମିତି ଏକ ଦୁଃଖଦ ଘଟଣା ନଜରକୁ ଆସିଛି ରାଇକିଆ ବ୍ଲକ୍ ଅନ୍ତର୍ଗତ କିଲାକିଆ ଗ୍ରାମରେ। ରୋଗଗ୍ରନ୍ତ ମହିଳା ଜଣକ ହେଉଛନ୍ତି ଦିଲିପ ପରିଛା(୪୫)ଙ୍କ ପତ୍ନୀ ରାମେସୀ ସୋରେନ୍(୩୦)। ପରିବାର ସଦସ୍ୟ ପୁଅ, ବୋହୂ, ନାତି ନାତୁଣୀ ମିଶି ୮ଜଣ‌‌। ବୃତ୍ତିରେ ଦିନ ମଜୁରିଆ ଗରୀବ ଶ୍ରେଣୀର ପରିବାର। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ପେଟ, ଗୋଡ଼ ଫୁଲିବା ଦେଖା ଦେଇଥିଲା। ଏହା ଦେଖି ଚିକିତ୍ସା ପାଇଁ ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ କିଛି ଅର୍ଥ ଯୋଗାଡ଼ କରି ଭୁବନେଶ୍ୱର ଓ କଟକ ଯାଇ ପରୀକ୍ଷା ଓ ଚିକିତ୍ସା କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷାରେ ତାଙ୍କୁ ଯକୃତ ରୋଗ ହୋଇଥିବା ଜଣାପଡ଼ିଛି। ଡାକ୍ତରଙ୍କ ପରାମର୍ଶ ମୁମ୍ବାଇ ଯାଇ ଚିକିତ୍ସା କରିବା ପାଇଁ। କିନ୍ତୁ ଅର୍ଥ ଅଭାବରୁ ସେ ଯାଇ ନ ପାରି ଘରେ ପଡ଼ି ରହିଛନ୍ତି‌। ସୂଚନାଯୋଗ୍ୟ, ତାଙ୍କର କୌଣସି ସ୍ବାସ୍ଥ୍ୟକାର୍ଡ ନାହିଁ। ଭାଗ୍ୟକୁ ଆଦରି ଘରେ ପଡ଼ି ରହିଛନ୍ତି ରାମେସୀ। ସରକାର କିମ୍ବା ବେସରକାରୀ ଅନୁଷ୍ଠାନଠାରୁ କୌଣସି ସାହାଯ୍ୟ ସହଯୋଗ ମିଳିନାହିଁ। ପରିବାର ପକ୍ଷରୁ ନିବେଦନ ସରକାର ତାଙ୍କୁ ସାହାଯ୍ୟ କରନ୍ତୁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories