www.samajalive.in
Friday, December 5, 2025
23.1 C
Bhubaneswar

ଜାମ୍ମୁ-କାଶ୍ମୀରକୁ ପାକିସ୍ତାନର ଅଂଶ ଦର୍ଶାଇଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ନିଜ ଭୁଲ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ସେ କରୋନା ଭାଇରସକୁ ନେଇ ମୋଦୀ ସରକାରକୁ ଟାର୍ଗେଟ କରିବାକୁ ଚାହୁଁଥିଲେ, କିନ୍ତୁ ସେଥିରେ ସେ ନିଜେ ଫଶିଗଲେ। କଥାଟି ହେଲା, କରୋନା ଭାଇରସକୁ ନେଇ ରାହୁଲ ଏକ ଟ୍ବିଟ୍‌ କରିଥିଲେ। ସେଥିରେ ସେ ଲେଖିଥିଲେ ​ଯେ, କରୋନା ଭାଇରସ ଆମ ଲୋକ ଏବଂ ଆମ ଅର୍ଥବ୍ୟବସ୍ଥା ପାଇଁ ବହୁତ ବଡ଼ ବିପଦ। କିନ୍ତୁ ସରକାର ଏହାକୁ ଗମ୍ଭୀରତାର ସହିତ ନେଉଥିଲା ଭଳି ମନେ ହେଉନାହିଁ। ଉପଯୁକ୍ତ ସମୟରେ ପଦକ୍ଷେପ ନେବା ଜରୁରୀ।

Image Courtesy: Amar ujala

ତେବେ ରାହୁଲ ଏହି ଟ୍ବିଟ୍‌ ସହିତ ବିଶ୍ଵର ଏକ ନକ୍ସା ଶେୟାର କରିଥିଲେ, ଯେଉଁଥିରେ ଭାରତ ମାନଚିତ୍ରରୁ ସେ କାଶ୍ମୀରକୁ ଅଲଗା କରିଦେଇଥିଲେ। ନକ୍ସାରେ ଜାମ୍ମୁ-କାଶ୍ମୀରର ଏକ ଅଂଶକୁ ପାକିସ୍ତାନର ଅଂଶ ଭାବେ ଦର୍ଶାଇଥିଲେ, ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି। କିଛି ସମୟ ପରେ ରାହୁଲ ଉକ୍ତ ଟ୍ବିଟ୍‌କୁ ଡିଲିଟ୍‌ କରିଦେଇଥିଲେ ଏବଂ ଏକ ନ୍ୟୁଜ ରିପୋର୍ଟ ସହିତ ଦ୍ବିତୀୟ ଟ୍ବିଟ୍‌ କରିଥିଲେ।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories