ବେଜିଂ: ‘କରୋନା’ ଭୂତାଣୁ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ବିଶେଷ କରି ଚୀନରେ ଏହା ପୂର୍ବ ତୁଳନାରେ ଅଧିକ ପ୍ରାଣଘାତୀ ସାଜୁଛି। ଫଳସ୍ବରୂପ ‘କରୋନା’ ଯୋଗୁ ଗୋଟିଏ ଦିନରେ ୨୪୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ସୁଦ୍ଧା ଚୀନରେ କରୋନା ମୃତ୍ୟୁ ସଂଖ୍ୟା ୧୩୬୧ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଛୁଇଁଛି ବୋଲି ଚୀନର ଜାତୀୟ ସ୍ବାସ୍ଥ୍ୟ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚୀନର ହୁୱେଇ ପ୍ରଦେଶରେ ୨୪୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ନୂଆ ୧୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି। ସୂଚନାଯୋଗ୍ୟ, କରୋନାକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ବିଶ୍ଵ ସଙ୍କଟ ବୋଲି ଘୋଷଣା କରିଛି।
Popular Categories



