www.samajalive.in
Monday, December 8, 2025
13.1 C
Bhubaneswar

ଉଦ୍ଧବ ସରକାରରୁ ଦୂରତା ବଢ଼ାଇଲେ ରାହୁଳ : କହିଲେ ସମର୍ଥନ ଦେବା ଓ ନିଷ୍ପତ୍ତି ନେବା ଏକା କଥା ନୁହେଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ଦଳ କିଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହିତ ଦୂରତା ବଜାୟ ରଖିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ କଂଗ୍ରେସ କେବଳ ମହାରାଷ୍ଟ୍ର ସରକାରଙ୍କୁ ସମର୍ଥନ କରୁଛି ଏବଂ ନିଷ୍ପତ୍ତି ନେବାରେ ତାଙ୍କ ଦଳର କୌଣସି ଭୂମିକା ରହୁ ନାହିଁ। ସେହିପରି ଆମେ ମହାରାଷ୍ଟ୍ରରେ ପ୍ରମୁଖ ନିଷ୍ପତ୍ତି ନେବୁ ନାହିଁ। ତେବେ ପଞ୍ଜାବ, ଛତିଗଡ଼, ରାଜସ୍ତାନ ଓ ପଣ୍ଡିଚେରୀରେ ଆମ ଦଳ ନିଷ୍ପତ୍ତି ଗ୍ରହଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ସରକାର ଚଳାଇବାରେ ନିଷ୍ପତ୍ତି ନେବା ଏବଂ ସରକାରଙ୍କୁ ସମର୍ଥନ କରିବା ଭିତରେ ବହୁ ଫରକ ରହିଛି ବୋଲି ରାହୁଲ ଗାନ୍ଧି ଗଣମାଧ୍ୟମକୁ କହିଛନ୍ତି।
କରୋନା ଭୂତାଣୁ ସଂକ୍ରମଣ ଟାଳିବାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ସରକାର ବିଫଳ ହୋଇଛି। ତେଣୁ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ବିଜେପି ନେତା ନାରାୟଣ ରାଣେ ଦାବି କରିଛନ୍ତି। ଏଥିନେଇ ବିଜେପି ନେତା ଶ୍ରୀ ରାଣେ ରାଜ୍ୟପାଳ ଭଗତ୍‌ ସିଂହ କୋଶ୍ୟାରିଙ୍କୁ ସାକ୍ଷାତ କରିଛନ୍ତି ଏବଂ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ଦାବି ରଖିଛନ୍ତି। ଏହାର ଗୋଟିଏ ଦିନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ପ୍ରତିକ୍ରିୟା ଦେଇଛନ୍ତି।
ଶିବସେନା, ଏନ୍‌ସିପି ଏବଂ କଂଗ୍ରେସକୁ ନେଇ ଏମ୍‌ଭିଏ ମେଣ୍ଟ କରାଯାଇଛି। ବିରୋଧୀ ଦଳଙ୍କ ଅଭିଯୋଗକୁ ଶିବ ସେନା ସାଂସଦ ସଞ୍ଜୟ ରାଉତ ଦୃଢ଼ ଭାବରେ ଘଣ୍ଡନ କରିଛନ୍ତି। ସାଂସଦ ଶ୍ରୀ ରାଉତ କହିଛନ୍ତି ଯେ କରୋନା ମୁକାବିଲା ପାଇଁ ମହାରାଷ୍ଟ୍ର ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା କୌଣସି ସମ୍ଭାବନା ଦେଖା ଦେଇନାହିଁ। ବିରୋଧୀ କରୋନା ଔଷଧ ବାହାର କରି ଠାକ୍‌ରେ ସରକାରଙ୍କୁ ଦିଅନ୍ତୁ ବୋଲି ସେ କହିଛନ୍ତି। ଫଳରେ ବିରୋଧୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇ ଉପଯୁକ୍ତ ଚିକିତ୍ସା କରାଯାଇ ପାରିବ।
ମହାରାଷ୍ଟ୍ରରେ ଦେଶର ସର୍ବାଧିକ କଂରୋନା ସଂକ୍ରମିତ ରୋଗୀ ୫୨,୬୬୭ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧,୬୯୫ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories