www.samajalive.in
Sunday, December 7, 2025
13.1 C
Bhubaneswar

ଏବେ ନିଯୁକ୍ତି ହିଁ ପ୍ରମୁଖ ସମସ୍ୟା: ରାହୁଲ ଗାନ୍ଧୀ

ଭୁବନେଶ୍ୱର: ସବୁଆଡ଼େ ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗ କୁହାଯାଉଛି। କିନ୍ତୁ ନିଯୁକ୍ତି ପ୍ରସଙ୍ଗ ଉଠୁନାହିଁ। ଏବେ ସବୁ ରାଜ୍ୟରେ ନିଯୁକ୍ତି ହିଁ ପ୍ରମୁଖ ସମସ୍ୟା। ‘ଚଳିତ ବର୍ଷ ସମାଜ ୧୦୦ବର୍ଷ ପୂରଣ କରିବାକୁ ଯାଉଥିବାରୁ ଭାରତର ପୁନଃପରିକଳ୍ପନାରେ ଓଡ଼ିଶା କିପରି ପଥପ୍ରଦର୍ଶକ ହୋଇପାରିବ’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା କହିଛନ୍ତି।
ବୁଦ୍ଧିଜୀବୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଗାନ୍ଧି କହିଛନ୍ତି ବିମୁଦ୍ରାକରଣ ଓ ଜିଏସଟି ଦେଶର ଅର୍ଥନୀତିକୁ ବିପଦମୁହଁକୁ ଠେଲି ଦେଇଛି। ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ରାହୁଲ କହିଛନ୍ତି ଯେ କେନ୍ଦ୍ର ଓ ଓଡ଼ିଶାରେ ବ୍ୟକ୍ତିକୈନ୍ଦ୍ରିିକ ଶାସନ ବ୍ୟବସ୍ଥା ଚାଲିଛି। ସମ୍ବିଧାନ, ନ୍ୟାୟିକ ବ୍ୟବସ୍ଥାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଛି। ପ୍ରଗତି ଓ ବିକାଶ ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ଆବଶ୍ୟକ। କଂଗ୍ରେସ ଅନୁଷ୍ଠାନରେ ବିଶ୍ୱାସ କରେ। ସମ୍ବିଧାନକୁ ସମ୍ମାନ ଦିଏ। ଲୋକଙ୍କ ସହିତ ଆଲୋଚନା କରିବାକୁ ସେମାନଙ୍କଠାରୁ ମତାମତ ପରାମର୍ଶ ନେବା ପାଇଁ ସେ ଏଠାକୁ ଆସିଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କରିବାକୁ ସାହସ ଜୁଟାଇପାରୁନାହାନ୍ତି। ଯେଉଁମାନେ ମୋ ସହିତ ଆଲୋଚନା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମୋ ଦ୍ୱାର ସବୁବେଳେ ଖୋଲା ରହିଛି। ସେମାନେ କଂଗ୍ରେସ କାର୍ଯ୍ୟାଳୟରୁ ମୋ ଫୋନ୍‍ ନଂ ନେଇପାରିବେ।
କୃଷକ ପ୍ରସଙ୍ଗରେ ରାହୁଲ୍‍ କହିଲେ ଯେ କେବଳ କୃଷି ଋଣ ଛାଡ଼ ନୁହେଁ କୃଷି କ୍ଷେତ୍ରରେ ପରିବର୍ତ୍ତନକୁ ହିଁ କଂଗ୍ରେସ ଗୁରୁତ୍ୱ ଦେଇ ଆସୁଛି। କୃଷି କ୍ଷେତ୍ରରେ ବିପୁଳ ନିଯୁକ୍ତି ସୁଯୋଗ ରହିଛି। ଏହାର ସଦୁପଯୋଗ କରିବା ଆବଶ୍ୟକ। ବିଜେପି ଓ ବିଜେଡି ମଡେଲ୍‍ ସମାନ। ନୀବନ ସରକାର ୧୫ ବର୍ଷ ଚୁପ ରହିବା ପରେ କଂଗ୍ରେସ ଶାସିତ ରାଜ୍ୟର ଅନୁକରଣରେ କୃଷକଙ୍କ ପାଇଁ ଏବେ ଯୋଜନା ଘୋଷଣା କରିଛନ୍ତି।
ବୈଷିୟକ ଜ୍ଞାନକୌଶଳ ନିଯୁକ୍ତି ହ୍ରାସ କରିବ ବୋଲି ହେଉଥିବା ସମାଲୋଚନାକୁ ରାହୁଲ୍‍ ଗାନ୍ଧୀ ନାପସନ୍ଦ କରିଥିଲେ। ଚୀନ୍‍ରେ ବୈଷୟିକ ଜ୍ଞାନକୌଶଳ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ଏଥିପାଇଁ ଉତ୍ପାଦକତାରେ ବୃଦ୍ଧି ଆବଶ୍ୟକ। ଭାରତରେ କିନ୍ତୁ ମୋଦୀଙ୍କ ମେକ୍‍ ଇନ୍‍ ଇଣ୍ଡିଆ ବିଫଳ ହୋଇଛି। ବଡ଼ ବଡ଼ ଫାର୍ମ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ହୋଇଥିବା ବେଳେ ଛୋଟ ଛୋଟ ସଂସ୍ଥା ନିଯୁକ୍ତି ସୃଷ୍ଟି କରିପାରୁଛନ୍ତି। ମନରେଗାକୁ ଶ୍ରମବଜାରର ବିପ୍ଲବ। ପ୍ରଧାନମନ୍ତ୍ରୀ ଶ୍ରୀମୋଦୀ ଏହାକୁ ବୁଝିପାରିନାହାନ୍ତି। ଏହା ପ୍ରତ୍ୟକ୍ଷ ନଗଦ ହସ୍ତାନ୍ତର ନୁହେଁ। ମୌଳିକ ଓ ନ୍ୟାଯ୍ୟ ମଜୁରୀ ପ୍ରଦାନ ହିଁ ଏହାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ।
ସ୍ୱାସ୍ଥ୍ୟ ଯୋଜନା ସମ୍ପର୍କରେ ରାହୁଲ କହିଛନ୍ତି ଯେ ସ୍ୱାସ୍ଥ୍ୟଭିତ୍ତିଭୂମି ଓ ଡାକ୍ତରଖାନା ନଥାଇ ବୀମା କଲେ ଲାଭ ହେବ ନାହିଁ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ। କିନ୍ତୁ ଅନିଲ ଅମ୍ବାନୀଙ୍କ ପାଇଁ ମୋଦୀ ୩୦ ହଜାର କୋଟି ଟଙ୍କାର ଫାଇଦା କରିଥିବାବେଳେ ସ୍ୱାସ୍ଥ୍ୟ ମିଶନ ପାଇଁ ଏହାର ୫% ମଧ୍ୟ କରିନାହାନ୍ତି।
ଆପଣଙ୍କ ଲକ୍ଷ୍ୟ କଣ ବୋଲି ହୋଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଜନସାଧାରଣଙ୍କ ସ୍ୱରକୁ ପ୍ରାଧାନ୍ୟତା ଦେବା ହିଁ ମୋର ଲକ୍ଷ୍ୟ। ସେହିପରି ମଦ ବିରୋଧୀ ପ୍ରସଙ୍ଗ ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି ରାହୁଲ ଗାନ୍ଧି।
ଓଡ଼ିଶା ସମ୍ପର୍କରେ ରାହୁଲ୍‍ ଗାନ୍ଧି କହିଛନ୍ତି ଯେ ଅହିଂସାର ମାର୍ଗ ଓଡ଼ିଶାର ଇତିହାସ ନୁହେଁ ଚରିତ୍ର ମଧ୍ୟ। ଭାରତ ସମୃଦ୍ଧ ହେବାକୁ ହେଲେ ଓଡ଼ିଶାର ପ୍ରଗତି ଆବଶ୍ୟକ। ପ୍ରାକୃତିକ ସମ୍ପଦ ହିଁ ଓଡ଼ିଶାର ସମ୍ବଳ।
ଶ୍ରୀକାନ୍ତ ଜେନାଙ୍କ ପ୍ରସଙ୍ଗରେ ରାହୁଲ୍‍ କହିଛନ୍ତି ଯେ ତାଙ୍କ ମତ ଓ ଚିନ୍ତାଧାରାକୁ ସେ ସମର୍ଥନ କରୁଛନ୍ତି। ତାଙ୍କୁ କଂଗ୍ରେସ ଭଲ ନ ଲାଗିବାରୁ ସେ ଦଳ ଛାଡ଼ିଦେଲେ। କିନ୍ତୁ ଦଳରେ କୌଣସି ବିଶୃଙ୍ଖଳାର ସ୍ଥାନ ନାହିଁ ଏବଂ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ କଂଗ୍ରେସ ନୂଆ ପରିବର୍ତ୍ତନର ସ୍ୱର ଆଣିପାରିଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories