www.samajalive.in
Monday, December 8, 2025
27.1 C
Bhubaneswar

ଫ୍ରାନ୍ସ କମ୍ପାନୀ ସହ ହୋଇଥିଲା ରାଫେଲ ଚୁକ୍ତି, ପ୍ରତିରକ୍ଷା ମନ୍ତ୍ରାଳୟର କୌଣସି ଭୂମିକା ନାହିଁ: ରିଲାଏନ୍ସ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ ରାଜିନାମାକୁ ନେଇ ରାଜନୈତିକ ବିବାଦକୁ ଟାଣି ହୋଇ ଆସିଥିବା ଅନୀଲ ଅମ୍ବାନିଙ୍କ କମ୍ପାନୀ ରିଲାଏନ୍ସ ଡିଫେନ୍ସ ରବିବାର ସ୍ପଷ୍ଟୀକରଣ ଦେଇଛି। ରିଲାଏନ୍ସ ଡିଫେନ୍ସ ପକ୍ଷରୁ କୁହାଯାଇଛି ଯେ ଯୁଦ୍ଧ ବିମାନ ପାଇଁ କମ୍ପାନୀ ସହ ପ୍ରତିରକ୍ଷା ମନ୍ତ୍ରାଳୟର କୌଣସି ଅଫ୍‍ସେଟ୍‍ ଚୁକ୍ତି ହୋଇନାହିଁ। ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଜାଣିଶୁଣି ନିରାଧାର ଏବଂ ମିଥ୍ୟା ଅଭିଯୋଗ ଲଗାଯାଉଛି। ଭାରତ ସରକାରଙ୍କ ସହ ଫ୍ରାନ୍ସ କମ୍ପାନୀ ଡାସଲ୍ଟ ସହ ୩୬ ରାଫେଲ ଯୁଦ୍ଧ ବିମାନ ପାଇଁ ଚୁକ୍ତି ହୋଇଛି। କମ୍ପାନୀ ଏହି ଯାନ ଭାରତରେ ପହଞ୍ଚାଇବା ଓ ‘ରପ୍ତାନୀ ଏବଂ ଆମଦାନୀ’ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ରିଲାଏନ୍ସ ଡିଫେନ୍ସ ଲି.କୁ ଚୟନ କରିଛି। ବିଦେଶ କମ୍ପାଦୀ ରିଲାଏନ୍ସ ଡିଫେନ୍ସ ଲି.କୁ ନିଜ ସହଭାଗୀ ଭାବେ ଚୟନ କରିବା କ୍ଷେତ୍ରରେ ପ୍ରତିରକ୍ଷା ମନ୍ତ୍ରାଳୟର କୌଣସି ଭୂମିକା ନାହିଁ।
ଉଲ୍ଲେଖ ଯେ ରାଫେଲ ଯୁଦ୍ଧବିମାନ ରାଜିନାମାରେ ଅନିୟମିତତା ହୋଇଥିବା କଂଗ୍ରେସ ଅଭିଯୋଗ କରି ଆସୁଛି। ପ୍ରମୁଖ ବ୍ୟବସାୟୀ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଗ୍ରୁପ୍‍ ଏବଂ ରାଫେଲ ନିର୍ମାତା ଡାସଲ୍ଟ ଆଭିଏସନ୍‍ ମଧ୍ୟରେ ଅଫ୍‍ସେଟ୍‍ ଚୁକ୍ତିକୁ ନେଇ କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ବିମାନ ନିର୍ମାଣ କ୍ଷେତ୍ରରେ ଅନଭିଜ୍ଞ ରିଲାଏନ୍ସ ହାତରେ କିପରି ରାଫେଲ କାରବାର ଟେକି ଦିଆଗଲା ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଭିନ୍ନ ମହଲରେ ପ୍ରଶ୍ନ ଉଠାଇଥିଲେ। ୨୦୧୮ ଫେବୃଆରୀରେ ସେ ଏହି ପ୍ରସଙ୍ଗକୁ ନେଇ ଏନ୍‍ଡିଏ ସରକାରକୁ କଡ଼ା ସମାଲୋଚନା ଆରମ୍ଭ କରିଥିଲେ। ୨୦୧୮ ଜୁଲାଇ ୨୦ରେ ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଲୋକସଭାରେ ପୁନଃ ଏହି ପ୍ରସଙ୍ଗ ଉଠାଇଥିଲେ।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories