ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା ଏବଂ ମ୍ୟୁଜିକ କମ୍ପୋଜର ପଲାସ ମୁଚ୍ଛଲଙ୍କ ବିବାହ ଭାଙ୍ଗିଯାଇଛି। ଉଭୟେ ଏ ନେଇ ଗତ ରବିବାର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଇଥିଲେ। ତେବେ ଏହା ପରେ ଉଭୟେ ଉଭୟଙ୍କୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରୁ ଅନଫଲୋ କରିଛନ୍ତି। ବିବାହ ଭାଙ୍ଗିବାର କାରଣକୁ ଉଭୟେ ବ୍ୟକ୍ତିଗତ ରଖିଥିବାବେଳେ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ସାଧାରଣରେ ଯେଉଁ ଚର୍ଚ୍ଚା ହେଉଥିଲା ତାହାର ଅବସାନ ଘଟିଛି।
ମନ୍ଧାନା ଏବଂ ପଲାସ ପରସ୍ପରଙ୍କୁ ନଭେମ୍ବର ୨୩ରେ ବିବାହ କରିବାର ତିଲା। କିନ୍ତୁ ମନ୍ଧାନାଙ୍କ ବାପା ଶ୍ରୀନିବାସ ମନ୍ଧାନା ହଠାତ ଅସୁସ୍ଥ ହେବା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ବିବାହକୁ ରଦ୍ଦ ହୋଇଥିଲା। ଏ ନେଇ ଉଭୟେ ଘୋଷଣା କରିବା ପରେ ସାମାଜିକ ଗଣମାଧ୍ୟମରୁ ପରସ୍ପରଙ୍କୁ ଅନଫଲୋ କରିଛନ୍ତି। ସ୍ମୃତି ନିଜ ନିର୍ବନ୍ଧ ସମୟର ସମସ୍ତ ଫଟୋ, ଭିଡିଓକୁ ଡିଲିଟ୍ କରିଦେଇଛନ୍ତି। ଉଭୟଙ୍କ ସମ୍ପର୍କକୁ ନେଇ ନାନା ଆଲୋଚନା ହେବା ପରେ ମନ୍ଧାନା ଶେଷରେ ନୀରବତା ଭଙ୍ଗ କରି ସବୁ ସ୍ପଷ୍ଟ କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଜୀବନ। ଅନ୍ୟମାନେ ତାହାକୁ ସମ୍ମାନ ଦେବା ସହିତ ଅନାବଶ୍ୟକ ର୍ଚଚ୍ଚା ନ କରିବାକୁ ଅନୁରୋଧ କରିଥିଲେ।



