www.samajalive.in
Tuesday, December 9, 2025
26.1 C
Bhubaneswar

ଆକାଶ ମାର୍ଗରୁ କେରଳ ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜନାଥ, ୧୦୦ କୋଟି ଟଙ୍କାର ତତ୍କାଳ ସୟାହତା ଘୋଷଣା

ତିରୁଅନନ୍ତପୁରମ୍‍ : ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ରବିବାର ଆକାଶ ମାର୍ଗରୁ କେରଳର ବନ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ରାଜନାଥଙ୍କ ସହିତ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଓ କେନ୍ଦ୍ରମନ୍ତ୍ରୀ କେ ଜେ ଆଲଫୋନ୍ସ ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ଅଞ୍ଚଳ ପରିଦର୍ଶନ କରିଥିଲେ। ରାଜ୍ୟର ବନ୍ୟା ପରିସ୍ଥିତିକୁ ରାଜନାଥ ଉଦ୍‍ବେଗଜନକ ବୋଲି କହିବା ସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୦୦ କୋଟି ଟଙ୍କାର ତତ୍କାଳ ସହାୟତା ରାଶି ଘୋଷଣା କରିଛନ୍ତି। ବନ୍ୟାରେ ରାଜ୍ୟର ୧୪ଟି ଜିଲା ପ୍ରଭାବିତ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୩୭ରେ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ ୬୦,୬୨୨ ଲୋକ ଏବେ ସୁଦ୍ଧା ରିଲିଫ ଶିବିରରେ ରହିଛନ୍ତି। ୧୦୧ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ୧୫୦୧ ଘର ଆଶିଂକ ନଷ୍ଟ ହୋଇଛି। ରବିବାର ସକାଳୁ ବର୍ଷା ଆରମ୍ଭ ହୋଇଥିବାବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଉଦ୍ଧାର କାର୍ଯ୍ୟରେ ସେନାର ଯବାନ ମୁତୟନ ହୋଇଛନ୍ତି। ଏହା ସହିତ ମାଡ୍ରାସ ରେଜିମେଣ୍ଟର ଗୋଟିଏ ୟୁନିଟ, ନୌସେନା, ବାୟୁସେନା, ଏନଡିଆରଏଫ ଯବାନ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଇଡୁକ୍କି ଓ ଇଦାମାଲାୟାର ଜଳଭଣ୍ଡାର ଜଳସ୍ତର ହ୍ରାସ ପାଇଛି। ତେଣୁ ଆତଙ୍କିତ ନ ହେବା ପାଇଁ ପ୍ରଶାସନ ଲୋକଙ୍କୁ ପରାମର୍ଶ ଦେଇଛି। ପ୍ରଭାବିତ ଜିଲା ଗୁଡିକରେ ରିଲିଫ ଓ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories