www.samajalive.in
Wednesday, December 10, 2025
18.1 C
Bhubaneswar

ଚୌଦ୍ୱାର ଥାନାରେ ଚାରା ରୋପଣ

ଚୌଦ୍ୱାର : ଝାରଖଣ୍ଡ ରାଜ୍ୟ ଜାମସେଦପୁରର ୧୦୬ ବାଟାଲିଅନ୍ ରାପିଡ୍ ଆକ୍ସନ ଫୋର୍ସ ତରଫରୁ ଚୌଦ୍ୱାର ଥାନା ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଟାଲିଅନ୍ ତରଫରୁ ଆୟୋଜିତ ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ବାଟାଲିଅନର ଡେପୁଟି କମାଣ୍ଡାଣ୍ଟ ଗୌତମ ମିତ୍ର, ଇନିସପେକ୍ଟର ଦୁର୍ଗା ନେରଜାତି, ବରିଷ୍ଠ ନାଗରିକ ସୁକାନ୍ତ କୁମାର ମହାନ୍ତି, ଅବସରପ୍ରାପ୍ତ ପୋଲିସ ଅଧିକାରୀ ବାଳକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ଥାନା ପରିସରରେ ବ୍ୟାପକ ଚାରାରୋପଣ କରିଥିଲେ । ୧୦୬ ବାଟାଲିଅନର ୪୦ଜଣ ଜବାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଚୌଦ୍ୱାର ଥାନା ଆଇଆଇସି ସସ୍ମିତା ଖିଲାର, ଏସ୍ଆଇ ଦିଲ୍ଲୀପ ମର୍ଦ୍ଦରାଜ ଭୁୟାଁ, ମାନସ କୁମାର ମହାରଣା, ଚନ୍ଦ୍ର ଶେଖର ଜେନା, ପବିତ୍ର କୁମାର ବେହେରାଙ୍କ ସମେତ ଥାନାର କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗତ ୨୦ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ପାର୍ବଣରେ ଲୋକମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ତଥା ଲୋକ ସଂପର୍କ ବୃଦ୍ଧି ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ମିତ୍ର ପ୍ରକାଶ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories